ଶୋଇଲେ ନିଦ ନ ଆସିବା, ଶୋଇବା ପରେ ଖରାପ ସ୍ୱପ୍ନ ଆସିବା, ହଠାତ୍ ରାତିରେ ଉଠି ବସିଯିବା ଭଳି ସମସ୍ୟାର କାରଣ ବାସ୍ତୁଦୋଷ ମଧ୍ୟ ହୋଇପାରେ ଚ ଯାହାକୁ ଦୂର ନକରିବା ଦ୍ୱାରା ଏହି ସମସ୍ୟା ବଢିବାରେ ଲାଗିଥାଏ । କି;ୁ କିଛି ଏପରି ବାସ୍ତୁ ଦୋଷ ମଧ୍ୟ ରହିଥାଏ, ଯାହା ଆମ କର୍ମ ଅର୍ଥାତ ଆମ ଦ୍ୱାରା ହେଉଥିବା ଜଣା ଅଜଣା କାର୍ଯ୍ୟ ପାଇଁ ଦେଖାଦେଇଥାଏ । ଆସ;ୁ ଜାଣିବା ଏପରି ବାସ୍ତୁ ଦୋଷ ସମ୍ବନ୍ଧରେ ।
୧. ରାତିରେ ଶୋଇବା ସମୟରେ ଭୁଲରେ ବି ନିଜ ପର୍ସ କିମ୍ବା ଔଷଧୀୟ ପଦାର୍ଥ ବିଛଣା ପାଖରେ ରଖନ୍ତୁ ନାହିଁ ।
୨. ଶୋଇବା ସମୟରେ ପାଣି ପାତ୍ରକୁ ନିଜ ମୁଣ୍ଡ ରହୁଥିବା ଦିଗରେ ରଖନ୍ତୁ ନାହିଁ । ଏହା ଦ୍ୱାରା ଚନ୍ଦ୍ରମା ପ୍ରଭାବିତ ହୋଇଥାଏ ଏବଂ ମାନସିକ ରୋଗ ଉତ୍ପନ ହୋଇଥାଏ ।
୩. ଶୋଇବା ପୂର୍ବରୁ ପିନ୍ଧା ଚପଲକୁ ବିଛଣା ତଳେ କିମ୍ବା ମୁଣ୍ଡ ରହୁଥିବା ଦିଗରେ ରଖ;ୁ ନାହିଁ । ଏହା ଦ୍ୱାରା ନକାରାତ୍ମକ ଶକ୍ତିର ପ୍ରବାହ ହୋଇଥାଏ ।
୪. ମୋବାଇଲ, ଲାପଟପ ଆଦି ରାହୁ ବସ୍ତୁକୁ ଶୋଇଲା ବେଳେ ବିଛଣାରେ ରଖ;ୁ ନାହିଁ ।
୫. ଶୋଇବା ବେଳେ କୌଣସି ପ୍ରକାର ତେଲ ନିଜ ପାଖରେ ରଖି ସୁଅନ୍ତୁ ନାହିଁ ।
୬. ବିଛଣା ସାମ୍ନାରେ ଆଇନା ରଖନ୍ତୁ ନାହିଁ ।
Next Post