ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଆଜି ଦେଶବ୍ୟାପୀ ଦୋକାନବଜାର ବନ୍ଦ

ଭୁବନେଶ୍ୱର,୧୮/୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ସିଆରପିଏଫ୍‌ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ବ୍ୟବସାୟୀ ମହାସଂଘ ଆହ୍ବାନରେ ସୋମବାର ଦେଶବ୍ୟାପୀ ଦୋକାନବଜାର ବନ୍ଦ ଡାକରା ଦିଆଯାଇଛି। କନଫେଡେରେଶନ ଅଫ୍‌ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ପକ୍ଷରୁ କୁହାଯାଇଛି ଯେ, ସୋମବାର ଓଡ଼ିଶା ସମେତ ୧୮ଟି ରାଜ୍ୟ ଏହି ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି। ଓଡ଼ିଶାରେ ପ୍ରାୟ ୨୦ ଲକ୍ଷ ବ୍ୟବସାୟ ପ୍ରତିଷ୍ଠାନ ତଥା ଦୋକାନ ବଜାର ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘ ସଭାପତି ସୁଧାକର ପଣ୍ଡା ସୂଚନା ଦେଇଛନ୍ତି। ଔଷଧ ଏବଂ ପେଟ୍ରୋଲ ଟାଙ୍କିକୁ ବନ୍ଦ ପାଳନରୁ ବାଦ୍‌ ଦିଆଯାଇଛି। ସେହିଭଳି ସଂଘ ପକ୍ଷରୁ ବନ୍ଦ ପାଳନ ବେଳେ ବ୍ୟବସାୟୀମାନେ ସାରା ଦିନ ଉପବାସରେ ରହିବେ ଏବଂ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାର କରିବେ ବୋଲି ସିଏଆଇଟି ମହାସଚିବ ପ୍ରବୀଣ ଖଣ୍ଡେଲଓ୍ବାଲ୍‌ ପ୍ରକାଶ କରିିଛନ୍ତି।

SBI_Festive_Digital Billboard