ସାମଗ୍ରୀ- ଶାଗୁ -୨୫୦ ଗ୍ରାମ୍, ନଡିଆ କୋରା- ୧ କପ୍, ଚିନି- ୧୫୦ ଗ୍ରାମ, ସେଓ- ୧ ଟି, ଡାଳିମ୍ବ ମଞ୍ଜି- ୧/୨ କପ୍, ଗୁଜୁରାତି ଗୁଣ୍ଡ- ଚିମୁଟାଏ, କଦଳୀ- ୬ ଟି, ଛାନା- ୨୫୦ ଗ୍ରାମ, କ୍ଷୀର- ୨୦୦ ମିଲି, ସଜେଇବା ପାଇଁ- ଚେରି, କାଜୁ ଓ କିସମିସ ।
ପ୍ରଣାଳୀ- ପ୍ରଥମେ ଶାଗୁକୁ ପାଣିରେ ୬-୭ ଘଣ୍ଟା ଭିଜାଇ ଛାଣି ରଖନ୍ତୁ । ଏହାକୁ ଏକ ପାତ୍ରରେ ରଖି ଛେନା, ନଡିଆ କୋରା, ଚିନି, କଟା ହୋଇଥିବା ସେଓ, କଦଳୀ, ଡାଳିମ୍ବ ମଞ୍ଜି, ଗୁଜୁରାତି ଗୁଣ୍ଡ ଓ କ୍ଷୀର ଢାଳି ଭଲ ଭାବରେ ଚକଟି ଦିଅନ୍ତୁ। ଏହା ପରେ ଏକ ପାତ୍ରରେ ରଖି ଚେରି, କାଜୁ ଓ କିସମିସ୍ ସଜାଇ ପରସନ୍ତୁ ।
