ପାଟନା,୨୩/୭: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଏବେ ନୂଆ ଅବତାରରେ ସାମ୍ନାକୁ ଆସିଛନ୍ତି। ପୂର୍ବରୁ ଭଗବାନ ଶ୍ରୀକୃଷ୍ଣ ଅବତାରରେ ଅବତୀର୍ଣ୍ଣ ହୋଇ ସେ ବଂଶୀ ବଜାଇଥିଲେ। ଏବେ ସେ ଭଗବାନ ଶିବଙ୍କ ଅବତାର ଧାରଣ କରି ପାଟନାର ଏକ ମନ୍ଦିରରେ ବସିଥିବା ଦେଖିବାକୁ ମିଳିଛି।
ଭଗବାନ ଶିବଙ୍କ ଭଳି ସେ ସଜ୍ଜିତ ହୋଇଛନ୍ତି। ତେଜ ନିଜ ଶରୀରରେ ଚନ୍ଦନ ବୋଳି ଥିବା ବେଳେ ଅଣ୍ଟାରେ ନକଲି ବାଘ ଛାଲ ମଧ୍ୟ ପିନ୍ଧିଛନ୍ତି ଓ ଗଳାରେ ରୁଦ୍ରାକ୍ଷ ହାର ପକାଇଛନ୍ତି। ଦେଓଘର ସ୍ଥିତ ବାବା ବୈଦ୍ୟନାଥଧାମ ଯିବା ପୂର୍ବରୁ ତେଜ ପ୍ରତାପ ଅନୁରୂପ ଅବତାରରେ ଦେଖାଦେଇ ଥିଲେ।