ଭୁବନେଶ୍ୱର,୧୯/୧୧: ତୃତୀୟ ଦିନ ପାଇଁ ବିଧାନସଭା ଶୀତ ଅଧିବେଶନର ପ୍ରଶ୍ନକାଳ ଚାଲି ପାରିନାହିଁ । ଉଭୟ ଶାସକ ଓ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ ୩ଟା ଯାଏଁ ବାଚସ୍ପତି ପ୍ରଦୀପ କୁମାର ଅମାତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ ଢେଙ୍କାନାଳ ବଳରାମପୁରରେ ଗଛକଟାକୁ ନେଇ କଂଗ୍ରେସ ଆଣିଥିବା ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିଛନ୍ତି । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଏହା ଉପରେ ଉତ୍ତର ରଖିଥାନ୍ତେ। ମାତ୍ର ମୁଲତବୀ ଯୋଗୁଁ ଆଲୋଚନା ହୋଇପାରି ନାହିଁ ।