ଶୀତଦିନେ ଭାରି ଭଲ ଚିନାବାଦାମ

ବର୍ତ୍ତମାନ ଚିନାବାଦାମର ବିକ୍ରି ହେଉଥିବାର ଦେଖିବାକୁ ମିଳେ । ବସ୍‌, ଟ୍ରେନ୍‌ରେ ଯାଉଥିବା ସମୟରେ ଏହାକୁ ଖାଇବାର ମଜା ଅଲଗା । ଶୀତ ସମୟରେ ଚିନାବାଦାମ ଖାଇବା ଦେହ ପାଇଁ ହିତକର ହୋଇଥାଏ ଯେହେତୁ ଏଥିରେ ଅଣ୍ଡାଠାରୁ ଅଧିକ ପ୍ରୋଟିନ୍‌, ଆଣ୍ଟିଅକ୍ସିଡାଣ୍ଟ, ମିନେରାଲ ଇତ୍ୟାଦି ରହିଥାଏ । ତେବେ ଏହାର ଉପକାରିତା-
* ଭିଟାମିନ୍‌ରେ ଭରପୂର- ଚିନାବାଦାମରେ ଭିଟାମିନ୍‌-ସି ଭରପୂର ହୋଇଥାଏ । ସର୍ଦ୍ଦି ଓ କାଶ ହେଉଥିଲେ ଏହାକୁ ଔଷଧ ରୂପେ ବ୍ୟବହାର କରାଯାଇଥାଏ । ଏହାକୁ ଖାଇବା ଷ୍ଟ୍ରୋକ୍‌ର ବିପଦକୁ ମଧ୍ୟ ଏଡାଯାଇପାରିବ ।
* କୋଲେଷ୍ଟ୍ରଲ୍‌ ନିୟନ୍ତ୍ରଣକାରୀ- ଶରୀରରେ ମେଦ ନିୟନ୍ତ୍ରଣ କରିବା ପାଇଁ ଏହା ଖୁବ୍‌ ଉପଯୋଗୀ ହୋଇଥାଏ । ଚିନାବାଦାମରେ ଥିବା ମେଦ ନିୟନ୍ତ୍ରଣକାରୀ ଶକ୍ତି ହାର୍ଟ ପାଇଁ ଉପକାରୀ ହୋଇଥାଏ । ରକ୍ତରେ ଲାଭଦାୟକ କୋଲେଷ୍ଟଲ୍‌ ତଥା ଏଚ୍‌ଡିଏଲ୍‌ ବୃଦ୍ଧି କରିଥାଏ । ସପ୍ତାହରେ ୨-୩ ଥର ଖାଇବା ଦ୍ୱାରା କର୍କଟକୁ ରୋକାଯାଇପାରିବ ।
*ଓଜନ ନିୟନ୍ତ୍ରଣ କରେ- ଶରୀରର ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଚିନାବାଦାମ ଖାଇବା ଦ୍ୱାରା ମୋଟାପା ଥିଲେ ମଧ୍ୟ ଓଜନ ବୃଦ୍ଧି ପାଇନଥାଏ । ଚିନାବାଦାମ ଖାଇବା ଦ୍ୱାରା ଶୀଘ୍ର ଭୋକ ହୋଇନଥାଏ । ଫଳରେ ଶରୀରର ଓଜନ ବଢିନଥାଏ । ଏହାଛଡା ଚିନାବାଦାମରେ ଥିବା ଇନ୍‌ସଲେବଲ୍‌ ଫାଇବର ଓଜନ ବଢିବା ଆଶଙ୍କାକୁ କମ୍‌ କରିଥାଏ ।