ଶୀତ ଦିନେ ଭାରି ଭଲ ତୁଳସୀ ପତ୍ର

ଆୟୁର୍ବେଦରେ ତୁଳସୀକୁ ଏକ ଐଷଧୀୟ ଗଛ ବୋଲି କୁହାଯାଏ । ବିଶେଷଜ୍ଞଙ୍କ ମତରେ ଏଥିରେ ଅର୍କାମୀଣର ତତ୍ୱ ରହିଥାଏ, ଯାହା ରକ୍ତ ଚାପକୁ ନିୟନ୍ତ୍ରଣ କରିଥାଏ । ତୁଳସୀ ପତ୍ରରେ ଆଣ୍ଟି ଅକ୍ସିଡେଣ୍ଟର ମାତ୍ରା ରହିଥାଏ, ଯାହା ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ବଢାଇଥାଏ । ତେବେ ଶୀତ ଦିନରେ ଏହା ଖୁବ୍‌ ଲାଭ ଦାୟକ ସାବ୍ୟସ୍ତ ହୋଇଥାଏ । ଆସ;ୁ ଜାଣିବା ଏହାର ଉପକାରୀତା ସମ୍ବନ୍ଧରେ ।
– ଯଦି ଆପଣଙ୍କୁ ସର୍ଦ୍ଦି କିମ୍ବା ଥଣ୍ଡା ଜ୍ୱର ହୋଇଥାଏ, ତ’ ମିଶ୍ରୀ, ଗୋଲ ମରିଚ ଏବଂ ତୁଳସୀ ପତ୍ରକୁ ପାଣିରେ ପକାଇ ଫୁଟାନ୍ତୁ । ଭଲ ଭାବରେ ଫୁଟି ଗଲେ ଏହି ମିଶ୍ରଣକୁ ପିଅନ୍ତୁ । ଏହାକୁ ଗୁଳା କରି ମଧ୍ୟ ଖାଇ ପାରିବେ ।
– ଯଦି ଆପଣଙ୍କୁ ତରଳ ଝାଡାର ସମସ୍ୟା ହେଉଥାଏ , ତ’ ତୁଳସୀ ପତ୍ର ଆପଣଙ୍କ ପାଇଁ ଖୁବ୍‌ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ତୁଳସୀ ପତ୍ର ଏବଂ ଜିରାକୁ ମିଶାଇ ବାଟି ଦିଆ;ୁ । ଏହାକୁ ଦିନକୁ ୩-୪ ଥର ଚାଟ;ୁ । ଏପରି କରିବା ଦ୍ୱାରା ତରଳଝାଡା ସମସ୍ୟା ଦୂର ହୋଇଥାଏ ।
– ତୁଳସୀ ପତ୍ର ସେ୍ୱଦର ଦୁର୍ଗନ୍ଧ ଦୂର କରିବାରେ ସାହାଯ୍ୟ କରିଥାଏ । ପ୍ରାକୃତିକ ହେବା କାରଣରୁ ଏହାର କୌଣସୋ ପ୍ରକାର ସାଇଡ ଇଫେକଫ ଦେଖା ଦେଇନଥାଏ । ଯଦି ଆପଣଙ୍କୁ ମୁଖରୁ ଦୁର୍ଗନ୍ଧର ସମସ୍ୟା ହେଉଥାଏ, ତ’ ତୁଳସୀର କିଛି ପତ୍ର ଚୋବାଇ ଖାଆ;ୁ । ଏପରି କରିବା ଦ୍ୱାରା ମୁଖ ଦୁର୍ଗନ୍ଧ ଚାଲିଯାଇଥାଏ ।
– ଯଦି ଆପଣଙ୍କ ଶରୀରରେ କ୍ଷତ ହୋଇଯାଏ, ତ’ ତୁଳସୀ ପତ୍ରକୁ ଫିଟିକିରି ସହ ମିଶାଇ କ୍ଷତ ସ୍ଥାନରେ ଲଗା;ୁ । ତୁଳସୀରେ ଉପସ୍ଥିତ ଆଣ୍ଟି-ବ୍ୟାକେଫରିଆଲ ତତ୍ୱ କ୍ଷତ ସ୍ଥାନକୁ ପାଚିବାରୁ ସୁରକ୍ଷା ଦେଇଥାଏ । ଏହା ବ୍ୟତୀତ ତୁଳସୀ ପତ୍ରରେ ତେଲ ମିଶାଇ ଲଗାଇବା ଦ୍ୱାରା ପୋଡାଜଳା ସମସ୍ୟା ଦୂର ହୋଇଥାଏ ।

SBI_Festive_Digital Billboard