ଶେଷ ମ୍ୟାଚରେ ହାରିଲା ପାକିସ୍ତାନ, ୧୧ରେ କାନାଡା- ନେଦରଲାଣ୍ଡ କ୍ରସ ଓଭର ମ୍ୟାଚ୍

ଭୁବନେଶ୍ଵର, ୯/୧୨: କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ହକି ବିଶ୍ଵ କପ୍ ର ଏକ ମହତ୍ଵପୂର୍ଣ୍ଣ ମ୍ୟାଚରେ ନେଦରଲ୍ୟାଣ୍ଡ ପାକିସ୍ତାନକୁ ୫-୧ରେ ପରାସ୍ତ କରି କ୍ରସ ଓଭର ପାଇଁ ଯୋଗ୍ୟତା ଅର୍ଜନ କରିଛି। ଅନ୍ୟ ପଟେ ଶେଷ ଲିଗ୍ ମ୍ୟାଚରେ ପରାଜିତ ହୋଇଥିଲେ ମଧ୍ୟ ପାକିସ୍ତାନ ହକି ବିଶ୍ଵ କପରୁ ବାଦ୍ ପଡିବାରୁ ବର୍ତ୍ତି ଯାଇଛି। ଏହା ସହିତ ୧୧ ତାରିଖରେ କାନାଡା- ନେଦରଲାଣ୍ଡ ମଧ୍ୟରେ କ୍ରସ ଓଭର ମ୍ୟାଚ୍ ଖେଳାଯିବ। ଏହା ସହିତ ବେଲଜିୟମ-ପାକିସ୍ତାନ ମଧ୍ୟରେ କ୍ରସ ଓଭର ମ୍ୟାଚ୍ ସେହି ଦିନ ଖେଳାଯିବ। ୧୧ ତାରିଖ କ୍ରସ ଓଭରର ବିଜେତା ୧୩ ତାରିଖରେ କ୍ଵାର୍ଟର ଫାଇନାଲ ମୁକାବିଲାରେ ଭାରତକୁ ଭେଟିବ।

ଏହି ମ୍ୟାଚରେ ନେଦରଲ୍ୟାଣ୍ଡ ନିଜର ଖ୍ୟାତି ମୁତାବକ ପ୍ରଦର୍ଶନ କରି ଦୁଇ ଥରର ବିଶ୍ଵ ବିଜେତା ପାକିସ୍ତାନ ଉପରେ ପ୍ରାଧ୍ୟାନ୍ୟ ବିସ୍ତାର କରିଥିଲା। ପ୍ରଥମ କ୍ଵାର୍ଟରରେ ଉଭୟ ଦଳ ମଧ୍ୟରେ ପ୍ରତିଦ୍ଵନ୍ଦିତାମୂଳକ ମ୍ୟାଚ୍ ଦେଖିବାକୁ ମିଳିଥିଲା।

SBI_Festive_Digital Billboard