ବୟସ ଯାହା ବି ହେଉ ନା କାହିଁକି ସୁନ୍ଦର ଦିଶିବାର ସ୍ୱ୍ୱପ୍ନ ସମସ୍ତେ ଦେଖିଥାନ୍ତି । ତେବେ କେବଳ ସ୍ୱପ୍ନ ଦେଖିବା ଦ୍ୱାରା ତାହା ସତ ହୁଏ ନାହିଁ, ଏଥିପାଇଁ ଆପଣଙ୍କୁ କରିବାକୁ ପଡିବ ଟିକିଏ ପରିଶ୍ରମ । ଯଦି ଆପଣ ମଧ୍ୟ ନିଜ ସୁନ୍ଦରତାକୁ ବଢାଇବା ଚାହୁଁଛନ୍ତି ତାହେଲେ ପ୍ରତିଦିନ ଶୋଇବା ପୂର୍ବରୁ କର;ୁ ଏହି ସବୁ କାମ ।
– ପ୍ରତିଦିନ ଶୋଇବା ପୂର୍ବରୁ କ୍ଷୀରରେ ହଳଦୀ ମିଶାଇ ପିଅନ୍ତୁ । ଏହା ଦ୍ୱାରା ଆପଣଙ୍କ ଶରୀରର ବିଷାକ୍ତ ପଦାର୍ଥ ବାହାରିଯାଇଥାଏ ଏବଂ ରକ୍ତ ସଫା ହୋଇଥାଏ । ହଳଦୀ କ୍ଷୀର ଆପଣଙ୍କ ତ୍ୱଚାକୁ ଚମକାଇବାରେ ମଧ୍ୟ ସାହାଯ୍ୟ କରେ ।
-ଆମ ଶରୀର ଏବଂ ମସ୍ତିଷ୍କ ସହ ଆମ ଆଖି ମଧ୍ୟ ଅନେକ କାମ କରିଥାଏ । ଶରୀର ସହ ଆଖିର ଯନି ନେବା ମଧ୍ୟ ଖୁବ୍ ଜରୁରୀ ହୋଇଥାଏ । ତେଣୁ ପ୍ରତିଦିନ ଶୋଇବା ପୂର୍ବରୁ ଆଖିର ଚାରି ପାଖରେ କ୍ରିମରେ ମସାଜ କର;ୁ ।
– ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ବ୍ରଶ କରିବା ଜରୁରୀ ହୋଇଥାଏ । ରାତିରେ ଖାଇବା ପରେ ବ୍ରଶ ନକରି ଶୋଇବା ଦ୍ୱାରା ଦାନ୍ତରେ କିଟଣୁମାନେ ଆକ୍ରମଣ କରିବା ଆରମ୍ଭ କରି ଦିଅନ୍ତି । ଏହା ଦ୍ୱାରା ଆପଣଙ୍କ ସୁନ୍ଦର ଦାନ୍ତ ପଚିବାକୁ ଲାଗିଥାଏ ।
– ଶୋଇବା ପୂର୍ବରୁ କେଶ ସଜାଡି ସୁଅ;ୁ । ଏହା ଦ୍ୱାରା କେଶ ଝଡିବା ସମସ୍ୟା କମ ହୋଇଥାଏ ।
Prev Post