ହିିସାର, ୨୧/୧୧ : ହରିୟାଣାର ହିସାରଠାରେ ଦ୍ରୁତ ଗତିରେ ଆସୁଥିବା ଏକ କାର ଫୁଟପାଥରେ ଶୋଇଥିବା ଶ୍ରମିକଙ୍କ ଉପରେ ଚଢିଯାଇଛି । ଏହି ଦୁର୍ଘଟଣାରେ ୫ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୯ ଆହାତ ହୋଇଛନ୍ତି । ଏକ ଓଭର-ବ୍ରିଜ ନିର୍ମାଣ କାର୍ଯ୍ୟ କରୁଥିବା ଶ୍ରମିକମାନେ କାମ ସାରି ଫୁଟପାଥରେ ଶୋଇଥିଲେ । ମଙ୍ଗଳବାର ରାତି ପ୍ରାୟ ୨ ଟା ବେଳକୁ ଦ୍ରୁତ ଗତିରେ ଆସୁଥିବା ଏକ ଆଇ୨୦ କାର ନିୟନ୍ତ୍ରଣ ହରାଇ ଶ୍ରମିକଙ୍କ ଉପରେ ଚଢିଯାଇ ସାମ୍ନାରେ ଥିବା ଏକ କାର ସହ ପିଟି ହୋଇଥିଲା । ସେମାନେ ଘଟଣା ସ୍ଥଳରେ ହିଁ ମୃତୁ୍ୟବରଣ କରିଥିବା ସୁଚନା ମିଳିଛି । ତେବେ ପୋଲିସ ଏହି ମାମଲାର ଯାଞ୍ଚ କରୁଥିବା ଜଣା ପଡିଛି । ଦୁର୍ଘଟଣାରେ ଆହାତ ଶ୍ରମିକଙ୍କୁ ଡକ୍ତରଖାନାରେ ଭର୍ତ୍ତି କରଯାଇଛି । ଏହି ଦୁର୍ଘଟଣାରେ ମୃତ ଶ୍ରମିକଙ୍କ ନାମ ଭୂଷଣ, ଶଙ୍କର, ଗୋବରଧନ, ବିକାଶ ଏବଂ ସତନ କୁମାର ବୋଲି ଜଣା ପଡିଛି । ତେବେ ବ୍ୟବଚ୍ଛାଦ ନିମନ୍ତେ ସମସ୍ତ ମୃତଦେହ ଡାକ୍ତରଖାନା ପଠାଯାଇଛି ।
