ଶ୍ରୀମନ୍ଦିରରେ ଆରମ୍ଭ ହେବ ଟିକେଟ ଦର୍ଶନ ବ୍ୟବସ୍ଥା

ପୁରୀ , ୫/୧୨: ଶ୍ରୀମନ୍ଦିରରେ ଆରମ୍ଭ ହେବାକୁ ଯାଉଛି ଟିକେଟ ଦର୍ଶନ ବ୍ୟବସ୍ଥା। ଏହି ବ୍ୟବସ୍ଥା ଆରମ୍ଭ ହେଲେ ଇଚ୍ଛୁକ ଦର୍ଶନାର୍ଥୀ ଟିକେଟ କରି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଏହି ଟିକେଟ ଦୈନିକ କେତେ ସଂଖ୍ୟାରେ ବିକ୍ରି ହେବ, ଦାମ୍‌ କେତେ ରହିବ, କେଉଁ ସମୟରେ ଏହି ଦର୍ଶନ ମିଳିବ ସେ ନେଇ ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ବୈଠକ ବସିଥିଲା। କିନ୍ତୁ ଏ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ। ଟିକେଟ ଦର୍ଶନ ବ୍ୟବସ୍ଥାର ରୂପରେଖ କ’ଣ ରହିବ ସେଥିପାଇଁ ଏକ ସବ୍‌ କମିଟି ଗଠନ କରାଯାଇଛି। ଏହି କମିଟି ୧୫ ଦିନ ମଧ୍ୟରେ ଏହାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଟିକେଟ ଦର୍ଶନ ପାଇଁ ଗଠିତ କମିଟିକୁ ଦେବ। ଏହାପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

SBI_Festive_Digital Billboard