ସଂରକ୍ଷିତ ଶବ

ଉତ୍ତର କୋରିଆରେ ପରମାଣୁ ଅସ୍ତ୍ର ନିର୍ମାଣ ନେଇ ରାଷ୍ଟ୍ରପତି କିମ୍‌ ଜଙ୍ଗ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । ଉତ୍ତର କୋରିଆରେ ଅବଜ ଗଜବ ଆଇନ୍‌ ସବୁ ପ୍ରଣୟନ କରିଥାନ୍ତି କିମ୍‌ । କିନ୍ତୁ ଆପଣମାନେ ଜାଣିଛନ୍ତି କି କିମ୍‌ ନିଜ ଯେଯେ ଓ ବାପାଙ୍କ ଶବକୁ ବର୍ତ୍ତମାନ ପର୍ଯ୍ୟନ୍ତ ସୁରକ୍ଷିତ ରଖିଛନ୍ତି । ପିତା କିମ୍‌ ଜଙ୍ଗ ଇନ୍‌ ଓ ଯେଯେ କିମ୍‌ ଜଙ୍ଗ ସୁଙ୍ଗ୍‌ଙ୍କ ଶବକୁ କିମ୍‌ କୁମସୁସନ ମେମୋରିଆଲ୍‌ ପ୍ୟାଲେସ୍‌ରେ ରଖିଛନ୍ତି । ଏହି ପ୍ୟାଲେସ୍‌ କେବଳ ଏ ଦୁଇ ନେତାଙ୍କ ପାଇଁ ତିଆରି କରାଯାଇଛି । ପ୍ୟାଲେସ୍‌କୁ ଆସୁଥିବା ଭ୍ରମଣକାରୀଙ୍କୁ ଏ ସଂରକ୍ଷିତ ଶବମାନଙ୍କ ସମ୍ମୁଖରେ ତିନିଥର ନଇଁବାକୁ ପଡ଼େ । ଏହି ପ୍ୟାଲେସ୍‌ର ସୁରକ୍ଷା ପାଇଁ ଏଠାରେ ଦିନରାତି ଶହ ଶହ ଯବାନ ମୃତୟନ କରାଯାଇଛି । ତେବେ ଏହି ଶବର ଦେଖାରଖା କରନ୍ତି ରୁଷିଆର ଲେନିନ ଲେବ । ଲେନିନଙ୍କ ବୈଜ୍ଞାନିକ ଟିମ୍‌ ହିଁ, ଏହି ନେତାଙ୍କ ଶବର ସମସ୍ତ କଥା ବୁଝୁଛନ୍ତି । ଏହି ବୈଜ୍ଞାନିକ ଟିମ୍‌ ୧୯୨୪ରେ ରୁଷ୍‌ର ନେତା ବ୍ଲାଦିମୀରଙ୍କ ଶବର ଏମ୍ବିଙ୍ଗ୍‌ କରିିଥିଲେ । ଏମ୍ବିଙ୍ଗ୍‌ ଜରିଆରେ ଶବର ତ୍ୱଚାକୁ ସତେଜ୍‌ ଓ ଯୁବା ରଖାଯାଇପାରେ । ଏହି ପ୍ରକ୍ରିୟାରେ ଅନେକ ସମୟ ଲାଗିଯାଏ । ପ୍ରତି ଦୁଇ ବର୍ଷରେ ଥରେ କିମ୍‌ଙ୍କ ବାପା ଓ ଯେଯେଙ୍କ ଶବରେ ଏମ୍ବିଙ୍ଗ୍‌ ଟି୍ରଟ୍‌ମେଣ୍ଟ କରାଯାଏ । ପ୍ରଥମ ଥର ଏ ଶବକୁ ଏମ୍ବିଙ୍ଗ୍‌ ଟି୍ରଟ୍‌ମେଣ୍ଟ କରିବା ପାଇଁ ୧ କୋଟି ୪୧ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା ।