ସକାଳେ ପିଅନ୍ତୁ ଅଧାକପ୍‌ କାକୁଡ଼ି ଜୁସ୍‌ ମିଳିବ ଏସବୁ ଉପକାର

ସକାଳେ ଅଧାକପ୍‌ କାକୁଡ଼ି ଜୁସ୍‌ ପିଇଲେ ଶରୀରର ଅନେକ ଉପକାର ହୋଇଥାଏ। ନିୟମିତ ଏହାକୁ ପିଇଲେ ରକ୍ତ ସଞ୍ଚାଳନ ସ୍ବାଭାବିକ ହୋଇ ହାର୍ଟ ଆଟାକ୍‌ ଆଶଙ୍କା କମ୍‌ ହୋଇଥାଏ। ସେହିପରି ଏହା ର୍ଶକରାସ୍ତରକୁ ମଧ୍ୟ ନିୟନ୍ତ୍ରିତ କରିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି। ଏଥିରେ ୯୬.୪ ଭାଗ ଜଳ, ୨.୫ ଭାଗ ଶ୍ୱେତସାର,୦.୧ ଭାଗ ସ୍ନେହସାର, ପୁଷ୍ଟିସାର ୦.୪ ଭାଗ, ତନ୍ତୁଜ ୦.୪ ଭାଗ ରହିଛି। ଏହାଛଡ଼ା ପ୍ରତି ୧୦୦ ଗ୍ରାମ କାଗୁଡ଼ିରେ ୨୫ ମିଲିଗ୍ରାମ ଫସଫରସ୍‌, ୧୦ ମିଲିଗ୍ରାମ୍‌ କ୍ୟାଲସିୟମ, ୧.୫ ମିଲିଗ୍ରାମ ଲୌହ ରହିଛି। କାକୁଡ଼ି କୋଷ୍ଠକାଠିନ୍ୟ ଦୂର କରିବାରେ ଅତ୍ୟନ୍ତ ଲାଭଦାୟକ। ଦୈନିକ ଖାଦ୍ୟ ସହିତ କାକୁଡ଼ି ଖାଇଲେ ପେଟ ପରିଷ୍କାରର ଓ ଥଣ୍ଡା ରହେ। ପେଟ ଗଣ୍ଡଗୋଳ ଦୂର ହୁଏ। କାକୁଡ଼ିରେ କ୍ଷାର ପରିମାଣ ୬୪.୫ ପ୍ରତିଶତ ଓ ଏସିଡ଼ ସୃଷ୍ଟିକାରୀ ଖଣିଜ ପଦାର୍ଥ ୩୫.୯୫ ପ୍ରତିଶତ ରହିଛି। କ୍ଷାରଯୁକ୍ତ ହୋଇଥିବାରୁ ଏହା ମୂତ୍ରାବରୋଧ ଦୂର କରିଥାଏ।