ନୂଆଦିଲ୍ଲୀ, ୧୩/୧୨ : ରାଜସ୍ଥାନ, ମଧ୍ୟ ପ୍ରଦେଶ ଏବଂ ଛତିଶଗଡ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଶୋସାଲ ମିଡିଆଠାରୁ ଆରମ୍ଭ କରି ପାର୍ଟିକର୍ମୀ ପର୍ଯ୍ୟନ୍ତ ସମସ୍ତେ ରାହୁଲ ଗାନ୍ଧିଙ୍କୁ ପ୍ରସଂଶା ଏବଂ ସୁଭେଚ୍ଛା ଜଣାଉଛନ୍ତି । ସମସ୍ତେ ଏହି ବିଜୟର ସମସ୍ତ ଶ୍ରେୟ ରାହୁଲ ଗାନ୍ଧୀଙ୍କୁ ଦେଉଛନ୍ତି । ତେବେ ଏଥିରୁ ବାଦ ପଡି ନାହାନ୍ତି ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟା । ସେ ମଧ୍ୟ ଏହି ବିଜୟ ପାରେ କଂଗ୍ରେସକର୍ମୀଙ୍କୁ ସୁଭେଚ୍ଛା ଜଣାଇଛନ୍ତି । କି;ୁ ରାହୁଲ ଗାନ୍ଧୀଙ୍କୁ ନୁହେଁ ବରଂ ସଚିନ ପାଇଲଟ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ । ନିଜର ଟୁଇଟର ଆକାଉଣ୍ଟ ଜରିଆରେ ମଦ ବ୍ୟବସାୟୀ ମାଲ୍ୟା ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିବା ଏବଂ ମୁଖ୍ୟମନ୍ତ୍ରୀ ଦୌଡରେ ଥିବା ଜ୍ୟୋତିରାଦିତ୍ୟ ଏବଂ ପାଇଲଟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି, ‘ଯୁବ ଚାମ୍ପିଅନ’ ସଚିନ ପାଇଲଟ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଶୁଭେଚ୍ଛା ।