ଲକ୍ଷ୍ନୌ, ୧୬/୪: ବଏିଉଡ ଅଭିନେତା ତଥା କଂଗେସ ନେତା ଶତ୍ରୁଘ୍ନ ସିହ୍ନାଙ୍କ ସ୍ତ୍ରୀ ପୁନମ ମଙ୍ଗଳବାର ସମାଜବାଦୀ ପାର୍ଟି(ଏସପି)ରେ ଯୋଗଦେଇଛନ୍ତି। ଏସିପି ନେତ୍ରୀ ଡିମ୍ପଲ ଯାଦବଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। ଫଳରେ ଚଳିତ ଲକ୍ଷ୍ନୌ ଲୋକ ସଭା ଆସନରୁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ବିରୋଧରେ ଲଢିବେ ବୋଲି ଜଣାପଡିଛି। ଏପ୍ରିଲ ୧୮ରେ ସେ ନାମାଙ୍କନ ପତ୍ର ଦାଖଲ କରିବେ। ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଭାଜପା ଛାଡି କଂଗ୍ରେସରେ ଯୋଗଦେଇଥିଲେ ଶତ୍ରୁଘ୍ନ ସିହ୍ନା। ତାଙ୍କ ପତ୍ନୀ ମଧ୍ୟ କଂଗ୍ରେସରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ସେ ଏସପିରେ ଯୋଗ ଦେଇଛନ୍ତି।