ସମ୍ବର

ପ୍ରସ୍ତୁତି ସାମଗ୍ରୀ- ୨ ବଡ଼ ଚାମଚ ବନସ୍ପତି ତେଲ, ୩ଟି ଶୁଖିଲା ଲଙ୍କା, ୧ ବଡ଼ ଚାମଚ ବୁଟ ଡ଼ାଲି, ଖଣ୍ଡେ ହେଙ୍ଗୁ, ୨ କପ୍‌ କୋରା ନଡ଼ିଆ, ଭୃସଙ୍ଗ ପତ୍ର, ୧/୪ କପ୍‌ ଧନିଆ, ୧/୨ ଚାମଚ ଜିରା, ୧/୨ ଚାମଚ ମେଥି, ୫ କପ୍‌ ପାଣି, ୧ କପ୍‌ ଧୁଆ ହରଡ଼, ୧/୨ ଚାମଚ ହଳଦୀଗୁଣ୍ଡ, ୪ ଚାମଚ ଲୁଣ, ୨୫ ଗ୍ରାମ୍‌ ତେ;ୁଳିମଣ୍ଡ, ୧ଟା ପିଆଜ, ଫୁଟଣ, ୨ ବଡ଼ ଚାମଚ ବନସ୍ପତି ତେଲ, ୧/୨ ଚାମଚ ସୋରିଷ ।
ପ୍ରଣାଳୀ- ଗୋଟିଏ ପାତ୍ରରେ ତେଲକୁ ପ୍ରାୟ ୧ ମିନିଟ୍‌ ଗରମ କରି ସେଥିରେ ଗୋଟା ଲଙ୍କା, ବୁଟ ଡ଼ାଲି, ହେଙ୍ଗୁ, ନଡ଼ିଆ, ଭୃସଙ୍ଗପତ୍ର, ଧନିଆ, ଜିରା, ମେଥି ଓ ନଡ଼ିଆ ନାଲିରଙ୍ଗ ହେବା ପର୍ଯ୍ୟନ୍ତ ଭାଜ;ୁ । ସେହିସବୁ ଭଜା ଉପାଦାନକୁ ୧/୨ କପ୍‌ ପାଣି ଛିଞ୍ଚି ଛିଞ୍ଚି ବାଟି ରଖ;ୁ । କୁକରରେ ୩କପ୍‌ ପାଣି ରଖି ହରଡ଼ ଡ଼ାଲି, ହଦଳୀଗୁଣ୍ଡ ଓ ଲୁଣ ପକେଇ ଥରେ ଗୋଳେଇ ଦିଅ;ୁ । କୁକର ବନ୍ଦ କରି ଆଞ୍ଚ ତେଜି ଦିଅ;ୁ । ସମ୍ପୂର୍ଣ୍ଣ ପ୍ରେସର ଆସିବା ପର୍ଯ୍ୟନ୍ତ । ଆଞ୍ଚ କମେଇ ଦେଇ ୪ ମିନିଟ୍‌ ରାନ୍ଧିହେବାକୁ ଦିଅ;ୁ । ଆଞ୍ଚ ଉପରୁ କୁକର ଓହ୍ଲେଇ ଦେଇ ତାକୁ ଶୀତଳ ହେବାକୁ ଦିଅନ୍ତି । କୁକର ଖୋଲି, ଡ଼ାଲି ଘୋରି ଦିଅ;ୁ ଓ ସେଥିରେ ବଟା ମସଲା, ତେ;ୁଳି ମଣ୍ଡ, ପିଆଜ, ସଜନା ଛୁଇଁ ବଳକା ଭୃସଙ୍ଗ ପତ୍ର ଓ ୨ କପ୍‌ ପାଣି ପକେଇ ଥରେ ଗୋଳେଇ ଦିଅ;ୁ । କୁକର ବନ୍ଦ କରି ଆଞ୍ଚ ତେଜି ଦିଅ;ୁ ସମ୍ପୂର୍ଣ୍ଣ ପ୍ରେସର ଆସିବା ପର୍ଯ୍ୟନ୍ତ । ଆଞ୍ଚ ଉପରୁ ସାଙ୍ଗେ ସାଙ୍ଗେ କୁକର ଓହ୍ଲେଇ ଦେଇ ଥଣ୍ଡା ପାଣିଥିବା ପାତ୍ରରେ ୨ ମିନିଟ୍‌ ରଖି ପ୍ରେସର କମ୍‌ କରା;ୁ । କୁକର ଖୋଲ;ୁ । ତେଲକୁ ପ୍ରାୟ ୧ ମିନିଟ୍‌ ଗରମ କରି, ସୋରିଷ ପକା;ୁ । ସୋରିଷ ଫୁଟିଲେ ତାକୁ ସମ୍ବରରେ ଢ଼ାଳି ଦିଅ;ୁ ଓ ଗୋଳେଇ ଦିଅ;ୁ । ଗରମ ଗରମ ପରଷ;ୁ ।