ସମ୍ବଲପୁରରେ ଅସୁସ୍ଥ ଦନ୍ତାର ଚିକିତ୍ସା

ସମ୍ବଲପୁର, ୨୩/୧୨: ଯୁଯୁମରା ବ୍ଲକ୍‌ ପଡ଼ିଆବାହାଲ ରେଞ୍ଜ୍‌ ଛାମୁଣ୍ଡା-କୁଶାମୁରା ସଂରକ୍ଷିତ ଜଙ୍ଗଲରେ ଅସୁସ୍ଥ ଦନ୍ତାର ଚିକିତ୍ସା ଆରମ୍ଭ ହୋଇଛ । ଭୁବନେଶ୍ୱରସ୍ଥିତ ଓୟୁଏଟିର ସଲ୍ୟଚିକିତ୍ସକ ପ୍ରଫେସର ଡାକ୍ତର ଇନ୍ଦ୍ରମଣି ନାଥଙ୍କ ନେତୃତ୍ୱରେ ଏକ ପଶୁଚିକିତ୍ସକ ଦଳ ଅସୁସ୍ଥ ଦନ୍ତାଟିକୁ ଟ୍ରାଙ୍କ୍ୟୁଲାଇଜ୍‌ କରିବା ପରେ ପୁଙ୍ଖାନୁପୁଙ୍ଖ ପରୀକ୍ଷା କରି ଉପଯୁକ୍ତ ଚିକିତ୍ସା କରିଛନ୍ତି ।
ଦ୍ୱିତୀୟ ଉଦ୍ୟମରେ ଟ୍ରାଙ୍କ୍ୟୁଲାଇଜ୍‌ ହୋଇଥିବା ହାତୀଟି ଗୁଳି ଚୋଟରେ ଆହତ ହୋଇଛି କି, ନାହିଁ ଜାଣିବାକୁ ମେଟାଲ୍‌ ଡିଟେକଫର୍ରେ ଯାଞ୍ଚ କରାଯାଇଛି । ହାତୀର ଲାଞ୍ଜରେ ଘା’ ଥିବାବେଳେ ଗୋଡ଼ର ହାଡ଼ ଭାଙ୍ଗିଛି।
ତେବେ ହାତୀଟିକୁ ଡାକ୍ତରମାନେ ସାଲାଇନ୍‌ ଓ ଔଷଧ ଦେଇଥିବା ଜଣାପଡ଼ିଛି। ତେବେ ହାତୀପଲଙ୍କ ମଧ୍ୟରେ ଲଢ଼େଇରେ ଦନ୍ତାଟି ଆହତ ହୋଇଥିବା କୁହାଯାଉଛି।