ସରକାର ଗଠନ ପାଇଁ ଆସନ୍ତାକାଲି ଶିବସେନା,ଏନ୍‌ସିପି ଏବଂ କଂଗ୍ରେସର ବୈଠକ

ମୁମ୍ବାଇ,୨୧/୧୧: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଅଣ୍ଟା ଭିଡ଼ିଛନ୍ତି ଶିବସେନା, ଏନ୍‌ସିପି ଏବଂ କଂଗ୍ରେସ। ଏନେଇ ଶୁକ୍ରବାର ଏହି ତିନି ଦଳଙ୍କ ମଧ୍ୟରେ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ପୂର୍ବାହ୍ନ ୧୦ଟା ୩୦ରେ ମାତୋଶ୍ରୀରେ ସମସ୍ତ ବିଧାୟକ ବୈଠକରେ ଯୋଗଦେବେ। ସେହିପରି ଅପରାହ୍ନ ୪ଟାରେ କଂଗ୍ରେସ ବିଧାୟକ ଦଳର ନେତା ଚୟନ କରାଯିବ।