ସଲ୍‌ମନଙ୍କ ସୁଟିଂ ପାଇଁ ଅଡୁଆରେ ଶ୍ରମିକ

ନୂଆଦିଲ୍ଲୀ : ବଲିଉଡର ଦବଙ୍ଗଖାନ ନାମରେ ପରିଚିତ ସଲମାନ ଖାନ ଏବେ ନିଜ ଅପକମିଙ୍ଗ ଫିଲ୍ମ ଭାରତର ସୁଟିଙ୍ଗରେ ବ୍ୟସ୍ତ ଅଛନ୍ତି । ତେବେ ଇତି ମଧ୍ୟରେ ଖବର ଆସିଛି କି, ତାଙ୍କ ଯୋଗୁଁ କେତେକ ଚାଷୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ସୂଚନା ମୁତାବକ, ସଲମାନ ଖାନ ପଞ୍ଜାବର ବଲ୍ଲୋବାଲ ଗ୍ରାମରେ ଫିଲ୍ମ ଭାରତର ସୁଟିଂ କରୁଛନ୍ତି । ଫିଲ୍ମ ପାଇଁ ଏହି ଗ୍ରାମରେ ୱାଘା ବର୍ଡରର ସେଟ ପ୍ରସ୍ତୁତ କରାଯାଇଛି । ଏଥିରେ କିଛି ଚାଷୀଙ୍କୁ ତ ଫାଇଦା ମିଳିଯାଇଛି କି;ୁ ଆଉ କେତେକ ଚାଷୀଙ୍କୁ ଏଥିପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ତେବେ ସୁଟିଙ୍ଗ ପାଇଁ ୪ ଜଣ ଚାଷୀଙ୍କ ଜମିକୁ ଭଡାରେ ନିଆଯାଇଛି । ଏହି ଜମି ପ୍ରତି ଏକର ବାବଦକୁ ୮୦ ହଜାର ଟଙ୍କା ଭଡାରେ ଲଗାଯାଇଛି । ଏହି କାରଣରୁ ଆଖପାଖର ଚାଷୀମାନଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିଛି । ସୁଟିଂ କାରଣରୁ ସେଠାକାର ଚାଷୀମାନଙ୍କୁ ଖେତରେ କାମ କରିବାରେ ବଧା ସୃଷ୍ଟି ହେଉଥିବା କହିଛନ୍ତି ସେମାନେ ।