ସିରିଡ଼ି,୧୭/୨: ପୁଲଓ୍ଵାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ବିଭିନ୍ନ ଆଡୁ ସହାୟତା ମିଳୁଥିବା ବେଳେ ଏବେ ମହାରାଷ୍ଟ୍ରରେ ଥିବା ପ୍ରସିଦ୍ଧ ସିରିଡ଼ି ଶାଇ ବାବାଙ୍କ ମନ୍ଦିରର ପରିଚାଳନା ଟ୍ରଷ୍ଟ୍ ପକ୍ଷରୁ ବି ଯବାନଙ୍କ ପରିବାରକୁ ସହାୟତା ମିଳିଛି। ସିରିଡି ଶାଇ ମନ୍ଦିର ପକ୍ଷରୁ ୨.୫୧ କୋଟି ଟଙ୍କାର ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯିବ ବୋଲି ଘୋଷଣା ହୋଇଛି। ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟ୍(ଏସ୍ଏସ୍ଏସ୍ଟି) ପକ୍ଷରୁ ଏହି ଅନୁକମ୍ପାମୂଳକ ରାଶି ମିଳିବ ବୋଲି ସୂଚନା ରହିଛି।
ପୂର୍ବରୁ ବହୁ ଜଣ ସହିଦ ଯବାନଙ୍କ ପରିବାର ଉଦେଶ୍ୟରେ ସହାୟତାର ହାତ ବଢ଼ାଇ ସାରିଛନ୍ତି। ବଲିଉଡ୍ ବାଦ୍ଶାହା ଅମିତାଭ ବଚ୍ଚନ, କିଙ୍ଗ୍ଖାନ ଶାହାରୁଖ ଖାନ, ସଲମାନ ଖାନ ଆଦି ଆର୍ଥିକ ସହାୟତା ଦେଇଥିବା ସହ ଶିଳ୍ପପତି ମୁକେଶ ଅମ୍ବାନୀ ଓ କ୍ରକେଟ୍ ତାରକା ବିରେନ୍ଦ୍ର ସେହ୍ଵାଗ୍ ସହିଦଙ୍କ ପିଲାମାନଙ୍କ ପାଠ ପଢ଼ା ଦାୟିତ୍ୱ ନେବେ ବୋଲି ଘୋଷଣା କରିଛନ୍ତି।