ସାମଗ୍ରୀ
ହରଡ ଡାଲି- ୧/୨ କପ, ହଳଦି- ୧/୨ ଚାମଚ, ଲଙ୍କାଗୁଣ୍ଡ- ୧/୨ ଚାମଚ, ଲୁଣ- ସ୍ୱାଦ ଅନୁସାରେ, ହେଙ୍ଗୁ- ୧/୨ ଚାମଚ, କଟା କଞ୍ଚାଲଙ୍କା- ୩ ରୁ ୪ ଟି, ଭୁର୍ସୁଙ୍ଗ ପତ୍ର- ୮ ରୁ ୧୦ ଟି, ଧନିଆ ଗୁଣ୍ଡ- ୧ ଚାମଚ, ଗାଜର – ୧/୨ କପ୍ , ମୂଳା- ୧/୨ କପ୍ , କଖାରୁ- ୧/୩ କପ୍, ବାଇଗଣ- ୧/୩ କପ୍ , ବିନ୍- ୧/୩ କପ୍ , ମଟର-୧/୨ କପ୍୍ , କଟା ପିଆଜ- ୨ ଟି ବଡ, କଟା ରସୁଣ- ୧ ଟେବୁଲ ଚାମଚ, କଟା ଟମାଟୋ- ୧ କପ ।
ପ୍ରସ୍ତୁତି
ପ୍ରଥମେ ଡାଲି ଧୋଇ ୧୫ ମିନିଟ ବତୁରାଇ ପରିବା ପକାଇ, ଲୁଣ, ହଳଦି, ପାଣି, ଲଙ୍କାଉଗୁଣ୍ଡ ଦେଇ ସିଝା;ୁ । ପରିବା ଗୋଟା ଗୋଟା ରହିବ । କରେଇରେ ତେଲ ଗରମ କରି ହେଙ୍ଗୁ ପକାନ୍ତୁ । ୨ ମିନିଟ ପରେ କଟା ଲଙ୍କା, ରସୁଣ, ଭୁର୍ସୁଙ୍ଗ ପତ୍ର ପକାନ୍ତୁ । ପିଆଜ ପକାଇ ୫ ମିନିଟ ଭାଜନ୍ତୁ । ତା’ ପରେ କଟା ଟମାଟୋ ପକାଇ ମିଶା;ୁ । ଧନିଆ ଗୁଣ୍ଡ ପକାନ୍ତୁ । ଟମାଟୋ ନରମ ହୋଇଗଲେ ସିଝା ଡାଲି ଓ ପରିବା ପକାଇ ୧୦ ମିନିଟ ଫୁଟାନ୍ତୁ । ଗରମ ଡାଲମା ଉପରେ କଟା ଧନିଆ ପତ୍ର ପକାଇ ଅରୁଆ ଭାତ ସହ ପରଶନ୍ତୁ ।
Prev Post
Next Post