ସାଜିଦ୍‌ଙ୍କୁ ନିଲମ୍ବିତ କଲା ଆଇ ଏଫ୍‌ ଟି ଡିଏ

ମୁମ୍ବାଇ, ୧୨/୧୨:‘ମି ଠୁ’ ବିବାଦରେ ଛନ୍ଦିହୋଇଥିବା ନିର୍ଦ୍ଦେଶକ ସାଜିଦ୍‌ ଖାନଙ୍କୁ ଇଣ୍ଡିଆନ୍‌ ଫିଲ୍ମ ଆଣ୍ଡ ଟେଲିଭିଜନ୍‌ ଡିରେକଫରସ୍‌ ଆସୋସିଏସନ୍‌ ( ଆଇ ଏଫ୍‌ ଟି ଡିଏ ) ବର୍ଷେ ପାଇଁ ନିଲମ୍ବିତ କରିଛି । ଅଭିନେତ୍ରୀ ରାଚେଲ୍‌ ହ୍‌ାଇଟ୍‌, ସହ ନିର୍ଦ୍ଦେଶକ ସଲୋନି ଚୋପ୍ରା ଏବଂ ସାମ୍ବାଦିକା କରିସ୍ମା ଉପାଧ୍ୟାୟ ସାଜିଦ୍‌ ଖାନଙ୍କ ବିରୋଧରେ ଅସଦାଚରଣର ଅଭିଯୋଗ ଆଣିବାପରେ ଏଭଳି ପଦକ୍ଷେପ ଗ୍ରହଣ କରିଛି ଆଇ ଏଫ୍‌ ଟି ଡିଏ । ସଂଘ ପକ୍ଷରୁ କୁହାଯାଇଛି ଯେ ସାଜିଦଙ୍କୁ ତାଙ୍କ ପକ୍ଷ ରଖିବାଲାଗି କୁହାଯାଇଥିଲା ହେଲେ ସେ କୌଣସି ଜବାବ୍‌ ଦେଇ ନଥିଲେ । ‘ମି ଠୁ’ ଅଭିଯାନ ସକ୍ରିୟ ହେବା ପରେ ନିର୍ଦ୍ଦେଶକ ସାଜିଦ୍‌ ଖାନଙ୍କୁ ‘ହାଉସଫୁଲ୍‌-୪’ରୁ ବିଦା ହେବାକୁ ପଡ଼ିଥିଲା ।
ଏଥିପୂର୍ବରୁ ନିର୍ଦ୍ଦେଶକ ସାଜିଦ୍‌ ଖାନଙ୍କୁ ଦ ଫେଡେରସନ୍‌ ଅଫ୍‌ ଓ୍‌ଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏଂପଲଇଜ୍‌ (ଏଫ୍‌ ଡବ୍ଲìଆଇସିଆଇ)କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲା । ଆଲୋକନାଥ ଓ ସାଜିଦ୍‌ ଖାନଙ୍କ ଉପରେ ଶୋଷଣର ଅଭିଯୋଗ ରହିଛି ।