ୱାଶିଂଟନ, ୧୭/୧୨: ଦୁନିଆର ସବୁଠୁ ଦାମୀ ବିକିନିକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ତେବେ ପ୍ରଶ୍ନଉଠେ ଏଭଳି ଚର୍ଚ୍ଚା କାହିଁକି । ଘଟଣାଟି ହେଉଛି ଏଲ୍ସା ହୋସ୍କ ନାମ୍ନୀ ମଡେଲଙ୍କ ଏହି ବିକିନି ହୀରାରେ ତିଆରି ହୋଇଛି । ଏଥିରେ ୨,୧୦୦ରୁ ଅଧିକ ହୀରା ଖଚିତ ହୋଇଛି ଯାହାକୁ ପିନ୍ଧି ଏଲ୍ସା ରାମ୍ପରେ ଚାଲିଥିଲେ । ଏଲ୍ସା ପିନ୍ଧିଥିବା ଏହି ବିକିନିର ମୂଲ୍ୟ ହେଉଛି ୧ ମିଲିୟନ୍ ଡଲାର୍ (୭ କୋଟି ୧୯ ଲକ୍ଷ ଟଙ୍କା) । ନ୍ୟୁୟର୍କ ସହରରେ ଅନୁଷ୍ଠିତ ରାମ୍ପ୍ ଶୋ’ରେ ଏହି ଡାଇମଣ୍ଡ୍ ବିକିନିକୁ ଏଲ୍ସା ପ୍ରଦର୍ଶନ କରିଥିଲେ ।