ସାର୍କ ସମ୍ମିଳନୀରେ ଯୋଗଦେବନି ଭାରତ

ନୂଆଦିଲ୍ଲୀ, ୨୯/୧୧: ପାକିସ୍ତାନରେ ଆୟୋଜିତ ସାର୍କ ସମ୍ମୀଳନୀରେ ଭାରତ ଯୋଗଦେବ ନାହିଁ ବୋଲି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ସ୍ପଷ୍ଟ କରିଛନ୍ତି । ସୁଷମା କହିଛନ୍ତି, ପାକିସ୍ତାନ ଯେ ପର୍ଯ୍ୟନ୍ତ ନିଜର ଆତଙ୍କବାଦ କାର୍ଯ୍ୟକଳାପକୁ ବନ୍ଦ କରିନାହିଁ, ସେ ପର୍ଯ୍ୟନ୍ତ ଭାତର ପାକିସ୍ତାନ ମଧ୍ୟରେ କୌଣସି ଦ୍ୱିପାକ୍ଷୀକ ଆଲୋଚନା ହେବନାହିଁ । ପାକିସ୍ତାନ ତରଫରୁ ପଠା ଯାଇଥିବା ନିମନ୍ତ୍ରଣର ସକାରାତ୍ମକ ଜବାବ ଦିଆଯିବ ନାହିଁ ବୋଲି ସୁଷମା କହିଛନ୍ତି । ଏହା ବ୍ୟତୀତ ସୁଷମା କହିଛନ୍ତି, କରତାରପୁର କରିଡର ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନା କରିବା ମାନେ ପାକିସ୍ତାନ ସହ ଆଲୋଚନା କରିବା ନୁହେଁ । ଏଥି ପାଇଁ ପାକିସ୍ତାନକୁ ପ୍ରଥମେ ଆତଙ୍କବାଦ ଉପରେ ରୋକ ଲଗାଇବାକୁ ପଡିବ । ୨୦ ବର୍ଷ ଧରି ଭାରତ କରତାରପୁର କରିଡର ପାଇଁ ପାକିସ୍ତାନକୁ କହିଆସୁଥିଲା । ଏବେ ପାକିସ୍ତାନ ପ୍ରଥମଥର ପାଇଁ ସକାରାତ୍ମକ ଜବାବ ଦେଇଛି । କି;ୁ ଏହାର ଅର୍ଥ ନୁହେଁ ଯେ, ଭାରତ ଦ୍ୱିପାକ୍ଷିକ ଆଲୋଚନା ପାଇଁ ପ୍ରସ୍ତୁତ । ସାର୍କ ସମ୍ମିଳନୀରେ ଯୋଗ ଦେବାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାକିସ୍ତାନ ସରକାର ନିମନ୍ତ୍ରଣ କରିଥିଲେ । ହେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଏହି ନିମନ୍ତ୍ରଣକୁ ଅଗ୍ରାହ୍ୟ କରିଦେଇଛନ୍ତି ।