ସିଗ୍‌ନେଚର ଏବେ ଦୁର୍ଘଟଣା ବ୍ରିଜ୍‌

ନୂଆଦିଲ୍ଲୀ, ୨୪/୧୧ : ଦିଲ୍ଲୀର ସିଗ୍ନେଚର ବ୍ରିଜ ଏବେ ପାଲଟିଛି ମରଣଯନ୍ତା । ୨୪ ଘଣ୍ଟା ମଧ୍ୟରେ ଏଠାରେ ଚାଲିଯାଇଛି ୩ଟି ଜୀବନ । ଶୁକ୍ରବାର ଏହି ବ୍ରିଜରେ ୨ ଜଣ ଡାକ୍ତରୀ ଛାତ୍ର ପ୍ରାଣ ହରାଇଥିବା ବେଳେ ଆଜି ଆଜି ସକାଳୁ ଏହି ବ୍ରିଜରେ ଆଉ ଜଣେ ମୃତ୍ୟୁ ବରଣ କରିଛନ୍ତି । ଆଜି ସକାଳୁ ଗାଜିଆବାଦରେ ରହୁଥିବା ୨୪ ବର୍ଷିୟ ଶଙ୍କର ଶାଲିମାରବାଗରେ ରହୁଥିବା ତାଙ୍କ ସମ୍ପର୍କୀୟ ଭାଇ ଦୀପକଙ୍କୁ ନେଇ ନାଙ୍ଗଲୋଇଠାରୁ ଉତ୍ତର-ପୂର୍ବ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲେ । ବ୍ରିଜ ଅତିକ୍ରମ କରିବା ସମୟରେ ସେମାନେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣାରେ ଶଙ୍କରଙ୍କ ମୁଣ୍ଡ ଡିଭାଇଡରରେ ବାଜିବ ଫଳରେ ସେ ଗୁରୁତର ଭାବରେ ଆହାତ ହୋଇଥିଲେ । ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲ ହେଁ ଡାକ୍ତର ଶଙ୍କରଙ୍କୁ ମୃତ ଘୋଷିତ କରିଥିଲେ । ତେବେ ଦୀପକ ଏବେ ସୁସ୍ଥ ଥିବା ସୁଚନା ମିଳିଛି । ସେ ପୋଲିସକୁ କହିଛନ୍ତି କି, ବାଇକଟି ସ୍ଲିପ କରିବା ଫଳରେ ଶଙ୍କରଙ୍କ ମୁଣ୍ଡରୁ ହେଲମେଟ ବାହାରି ପଡିଥିଲା ଏବଂ ତାଙ୍କ ମୁଣ୍ଡ ବ୍ରିଜର ଡିଭାଇଡରରେ ପିଟି ହୋଇଥିଲା ।