ମୁମ୍ବାଇ, ୧୭/୧୧: ମିଠୁ କ୍ୟାମ୍ପେନ ଜରିଆରେ ଅଭିନେତା ଆଲୋକ ନାଥଙ୍କ ଉପରେ ଲଗାଯଇଥିବା ଆରୋପ ପରେ ସିନେ ଏଣ୍ଡ ଟିଭି ଆର୍ଟିଷ୍ଟ ଆସୋସିଏସନ(ସିଣ୍ଟା)ପକ୍ଷରୁ ତାଙ୍କ ସଦସ୍ୟତାକୁ ରଦ୍ଦ କରି ଦିଆଯାଇଛି । ମିଠୁ କ୍ୟାମ୍ପେନ ଜରିଆରେ ଆଲୋକ ନାଥଙ୍କ ବିରୋଧରେ କେତେକ ମହିଳା ଯୌନ ଉତ୍ପୀଡନାର ଆରୋପ ଲଗାଇଥିଲେ । ପ୍ରଯୋଜକ ତଥା ଲେଖିକା ବିନ୍ତା ନନ୍ଦା ତାଙ୍କ ବିରୋଧରେ ଦୁଷ୍କର୍ମ ଏବଂ ନିର୍ଯାତନାର ଆରୋପ ଲଗାଇଥିଲେ । ଏହା ପରେ ସିଣ୍ଟା ତରଫରୁ ତାଙ୍କୁ ଆନେକ ପ୍ରଶ୍ନ କରାଯାଇଥିଲା । କି;ୁ ସମସ୍ତ ଆରୋପକୁ ସେ ଖଣ୍ଡନ କରିଥିଲେ । ତେବେ ସିଣ୍ଟାର ଏକ୍ଜିକୁ୍ୟଟିଭ କମିଟି ପକ୍ଷରୁ ଏନେଇ ବିଚାର କରିବା ପରେ ଆଲୋକଙ୍କୁ ବହିଷ୍କାର କରିବାର ନିଷ୍ପତ୍ତି ନିଆଯାଇଥିଲା । ଏନେଇ କମିଟି ପକ୍ଷରୁ ଟ୍ୱିଟର ମାଧ୍ୟମରେ କୁହାଯାଇଥିଲା ।