ନୂଆଦିଲ୍ଲୀ,୪/୨: ସିବିଆଇର ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଛନ୍ତି ଋଷି କୁମାର ଶୁକ୍ଳା। ସୋମବାର ସେ ଏହି ଦାୟିତ୍ୱ ନେଇଛନ୍ତି। ସିବିଆଇ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିବା ପରେ କାମଚଳା ନିର୍ଦ୍ଦେଶକ ଏମ୍ ନାଗେଶ୍ୱର ରାଓଙ୍କଠାରୁ ସେ ଏହି ଦାୟିତ୍ୱ ନେଇଛନ୍ତି। ସୂଚନାଯୋଗ୍ୟ, ଶନିବାର ସିବିଆଇ ନିର୍ଦ୍ଦେଶକ ଚୟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ବସିଥିଲା। ଏଥିରେ ଋଷିଙ୍କୁ ସିବିଆଇ ନିର୍ଦ୍ଦେଶକ ଦାୟିତ୍ୱ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ୩ ଜଣିଆ ଏହି ଚୟନ କମିଟିର ସଦସ୍ୟ ଥିବା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡକେ ଏହାକୁ ବିରୋଧ କରିଥିଲେ।