ସିଭିଲ ସର୍ଭିସ ପାଇଁ କମ ହେବନାହିଁ ବୟସସୀମା : କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ

ନୂଆଦିଲ୍ଲୀ,୨୫/୧୨: ନୀତି ଆୟୋଗ କେନ୍ଦ୍ର କିଛି ଦିନ ପୂର୍ବେ ସରକାରଙ୍କୁ ଅନୁରୋଧ କରିଥିଲେ କି ସିଭିଲ ସେବା ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କ ଆୟୁ ସୀମାକୁ କମ କରାଯିବା ଉଚିତ । କମିଶନର କହିବାନୁସାରେ ସାଧାରଣ ବର୍ଗ ପରୀକ୍ଷାର୍ଥୀଙ୍କ ସମୟସୀମା ବର୍ତ୍ତମାନ ୩୦ବର୍ଷ ଅଛି, ଯାହାକୁ ୨୭ବର୍ଷ କରାଯିବା ଉଚିତ ।

ପୂର୍ବାଞ୍ଚଳ କ୍ଷେତ୍ର ବିକାଶ ମନ୍ତ୍ରଣାଳୟ (ସ୍ୱତନ୍ତ୍ର ପ୍ରଭାର)ର ରାଜ୍ୟମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି, ସରକାର ସିଭିଲ ସର୍ଭିସ ସେବା ପରୀକ୍ଷା ଗୁଡିକ ଦେବା ପାଇଁ ଯୋଗ୍ୟତାର ଆୟୁ ମାନଦଣ୍ଡ ବଦଳାଇବା ପାଇଁ ସରକାରଙ୍କ ଦ୍ୱାରା କୌଣସି ପଦକ୍ଷେପ ନିଆଯାଇନାହିଁ । ତେଣୁ ବୟସସୀମା କମ କରାଯିବ ନେଇ ଅାସୁଥିବା ସମସ୍ତ ରିପୋର୍ଟ ଉପରେ ବିରାମ ଚିହ୍ନ ଲଗାଯିବା ଉଚିତ । ଆୟୁସୀମା କମ କରିବାରେ ନୀତି ଆୟୋଗ କହିଛି ୨୦୨୨-୨୩ ମଧ୍ୟରେ ଏହି ନିୟମକୁ ଲାଗୁ କରିଦେବା ଉଚିତ । ସିଭିଲ ସର୍ଭିସ ପରୀକ୍ଷା ପାଇଁ କେବଳ ଗୋଟିଏ ପରୀକ୍ଷା କରାଯିବା ଉଚିତ ବୋଲି କମିଶନ କହିଛି

ଆୟୋଗ ନିଜର ଏହି ପ୍ରସ୍ତାବ ‘ଷ୍ଟ୍ରାଟେଜି ଫର ନ୍ୟୁ ଇଣ୍ଡିଆ ୭୫’ ନାମକ ରିପୋର୍ଟରେ ଦେଇଥିଲେ। ଏଥିରେ କୁହାଯାଇଥିଲା ଯେ ଅମଲାତନ୍ତ୍ରରେ ଉଚ୍ଚ ସ୍ତରରେ ଥିବା ବିଶେଷଜ୍ଞଙ୍କ ଲାଟେରାଲ ଏଣ୍ଟ୍ରିରେ ପ୍ରୋତ୍ସାହନ ମିଳିବା ଉଚିତ୍। ଏହା ଦ୍ୱାରା ସବୁ କ୍ଷେତ୍ରରେ ବିଶେଷଜ୍ଞମାନଙ୍କର ସେବା ମିଳିପାରିବ । ଭାରତର ଏକ ତୃତୀୟାଂଶରୁ ଅଧିକ ଜନସଂଖ୍ୟାଙ୍କ ବୟସ ୩୫ବର୍ଷରୁ କମ ଅଟେ । ସିଭିଲ ସର୍ଭିସରେ ମନୋନୀତ ହୋଇଥିବା ପରୀକ୍ଷାର୍ଥୀଙ୍କ ହାରାହାରି ଆୟୁ ସାଢେ ୨୫ବର୍ଷ ଅଟେ ।

SBI AD