ସୁକୁମା-ଦନ୍ତେୱାଡା ସୀମାରେ ଏନକାଉଣ୍ଟର, ଜଣେ ନକ୍ସଲ କମାଣ୍ଡର ନିହତ

ମାଲକାନଗିରି, ୨୯/୧୧ : ମାଲକାନଗିରି ସିମାନ୍ତ ଛତିଗଡର ସୁକୁମା ଏବଂ ଦନ୍ତେୱାଡା ଜିଲ୍ଲାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରୀ ରହିଛି । ଗୁଳିବିନିମୟରେ ଜଣେ ନକ୍ସଲ କମାଣ୍ଡର ନିହତ ହୋଇଥିବା ସୁଚନା ମିଳିଛି । ଡିଆରଜି ଡିଷ୍ଟ୍ରିକଫ ରିଜର୍ଭ ଗାର୍ଡସର ଯବାନମାନେ ମୃତ ନକ୍ସଲର ଶବ ଜବତ କରିବା ସହ ତା ନିକଟରୁ ଅନେକ ଅସ୍ତ୍ରଶସ୍ତ ଜବତ କରିଥିବା ସୂଚନା ମିଳିଛି ।
ସୁଚନା ଅନୁଯାୟୀ, ସୁକୁମା ଜିଲ୍ଲା ତୁଙ୍ଗଲଡୀହ ଥାନା କ୍ଷେତ୍ର ନିକଟରେ ଥିବା ପୁଲବଗଡୀ ଜଙ୍ଗଲରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୁଚନା ପାଇ ସ୍ଥାନୀୟ ପୋଲିସ, ଏସଟିଏଫ ଏବଂ ଡିଆରଜି ଟିମ ମିଳିତ ଭାବରେ ଅପରେଶନ ଆରମ୍ଭ କରିଥିଲେ । ଯବାନମାନେ ଏହାର ପାଲଟା ଜବାବ ଦେବା ପରେ ଉଭୟ ପକ୍ଷରୁ ଗୁଳିବିନିମୟ ଆରମ୍ଭ ହୋଇଥିଲା । ତେବେ ଏହି ଏନକାଉଣ୍ଟରରେ ଜଣେ ନକ୍ସଲ କମାଣ୍ଡର ନିହତ ହୋଇଥିବା ବେଳେ ୮ ରୁ ୧୦ ଜଣ ନକ୍ସଲଙ୍କୁ ଗୁଳି ଲାଗିଥିବା କୁହାଯାଉଛି । ତେବେ ବର୍ତ୍ତମାନ ସୁଦ୍ଧା ସେଠାରେ ଗୁଳିବିନିମୟ ଜାରୀ ରହିଥିବା ସୁକୁମା ଏସପି ଅଭିଷେକ ମୀଣା ସ୍ପଷ୍ଟ କରିଛନ୍ତି ।