ସୁନେଲୀ ସମ୍ପର୍କରେ ଛେଦ

ଜଣେ କଣ୍ଠଶିଳ୍ପୀ ଓ ଆଉଜଣେ ଫିଲ୍ମ ଅଭିନେତା। କିଛି ଦିନପୂର୍ବେ ଏ ଦୁହେଁ ଥିଲେ ପ୍ରେମରେ ମସ୍‌ଗୁଲ । କେହି କେହି ଏମାନଙ୍କୁ କୁ୍ୟଟ କପୁଲର ଆଖ୍ୟା ଦେଇଥିବା ବେଳେ କେହି କେହି ସେମାନଙ୍କୁ ଆଇଡ଼ଲ କପଲ ଭାବେ ମଧ୍ୟ ମାନୁଥିଲେ । କିନ୍ତୁ ଏଦୁହିଁଙ୍କ ପ୍ରମରେ ବର୍ତ୍ତମାନ ପଡିଯାଇଛି ପୂର୍ଣ୍ଣଛେଦ । ଆଗାମୀ ଦିନରେ ଏଦୁହିଁଙ୍କୁ ଆପଣ ଏକାଠି ଦେଖିପାରିବେ କି ନାହିଁ, ସେ କଥା ତ ଠିକ୍‌ ଭାବେ କହି ହେଉନାହିଁ କିନ୍ତୁ ବର୍ତ୍ତମାନ ବିଶେଷ ସୂତ୍ରରୁ ଏପରି କିଛି ଶୁଣିବାକୁ ମିଳୁଛି । ନେହା ବର୍ତ୍ତମାନ ଇଣ୍ଡିଆନ ଆଇଡ଼ଲର ଜଜ୍‌ ଥିବା ବେଳେ କିଛି ଦିନ ପୂର୍ବେ ହିମାନ୍ସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତେବେ ହିମାନ୍ସଙ୍କୁ ବିବାହ କରିବା ନେଇ ନେହା ନିଜଆଡୁ ଗ୍ରୀନ ସିଗ୍‌ନାଲ ମଧ୍ୟ ଦେଇସାରିଥିଲେ । କିନ୍ତୁ ଏବେ ସବୁ ଯେମିତି ଓଲଟ ପାଲଟ ହୋଇଯାଇଛି । ଦୀପାବଳି ସମୟରେ ହିମାନ୍ସ ନିଜ ଇନ୍‌ଷଫାଗ୍ରାମ ଆକାଉଣ୍ଟରେ ଦୁହିଁଙ୍କ ଫଟୋକ ଅପଲୋଡ଼ କରିଥିଲେ । ଯେଉଁଥିରୁ ସଫା ସଫା ଜଣା ପଡିଯାଇଥିଲା ଏଦୁହିଁଙ୍କ ପ୍ରେମ ସମ୍ପର୍କ ବିଷୟରେ । ବିଗତ ଦିନ ମାନଙ୍କରେ ଏଦୁହେଁ ହମ୍‌ସଫର ନାଁରେ ଏକ ମୁ୍ୟଜିକାଲ ଭିଡିଓ ରିଲିଜ କରିଥିଲେ ଯାହାକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ । ଏହାଛଡା ଏମାନେ ନିଜର କିଛି ବ୍ୟକ୍ତିଗତ ଫନି ଭିଡ଼ିଓକୁ ମଧ୍ୟ ସୋଶାଲ ମିଡିଆରେ ସେୟାର କରିବାକୁ କେବେ ପଛାନ୍ତି ନାହିଁ । ତେବେ ବ୍ରେକ୍‌ଅପ୍‌ ପରେ କୁଆଡେ ନେହା ନିଜ ଇଂଷଫାଗ୍ରାମରେ ସେୟାର କରିଥିବା ଫଟୋକୁ ଡ଼ିଲିଟ କରିଦେଇଛନ୍ତି। ହିମାନ୍ସ କିନ୍ତୁ ନେହାଙ୍କ ପରି ଏମିତି କିଛି ହରକତ କରିନଥିବା କଥା କୁହାଯାଉଛି । ଆଗାମୀ ଦିନମାନଙ୍କରେ ଏ ଦୁହେଁ କପଲ ପୁଣି ଏକାଠି ହେଉଛନ୍ତି କି ନାହିଁ ତାହା ତ ଆଗାମୀ ଦିନମାନଙ୍କରେ ଜଣାପଡିଯିବ ।