ସୁସ୍ଥ କେଶ ପାଇଁ ଅଧିକ ପରିମାଣ ବାଓଟିନ୍, ଜିଙ୍କ୍ ଏବଂ ବି-କମ୍ପ୍ଲେକ୍ସ ଖାଇବା ଜରୁରୀ । ଶରୀରର ଅନ୍ୟାନ୍ୟ ଅଂଶ ପରି କେଶ ପାଇଁ ଭିଟାମିନ୍ର ଆବଶ୍ୟକତା ରହିଛି । ଜିଙ୍କ, ବାଓଟିନ୍ ଏବଂ ବି-କମ୍ପ୍ଲେକ୍ସ କେଶ ବଢ଼ିବା ପାଇଁ ନିହାତି ଦରକାର । ସୁସ୍ଥ କେଶ ପାଇଁ ଆଇରନ୍ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ । ଧଣିଆ, କୁକୁଡ଼ା ମାଂସ, ଅଣ୍ଡାର ହଳଦିଆ ଅଂଶରେ ଆଇରନ୍ ଅଧିକ ଥାଏ ।
ଭିଟାମିନ୍ ଡି
ମେରୁ ଅଞ୍ଚଳରେ ଯେଉଁଠାରେ ସୂର୍ଯ୍ୟକିରଣ ପଡୁନାହିଁ ସେଠାକାର ଲୋକେ ସୁସ୍ଥ କେଶ ପାଇଁ ଭିଟାମିନ୍-ଡି ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ । ସାଲମନ୍ ମାଛ, ଛତୁ ଓ ଶସ୍ୟରେ ଅଧିକ ପରିମାଣର ଭିଟାମିନ୍-ଡି ଥାଏ ।
ଜିଙ୍ଗ୍
ଅଧିକ ବ୍ୟାୟାମ କରୁଥିବା ତଥା ଅଧିକ ଝାଳ ବୋହୁଥିବା ଲୋକଙ୍କର ଜିଙ୍କ୍ର ଅଭାବ ଦେଖାଯାଇଥାଏ । <ଏଥିଯୋଗୁଁ ସେମାନଙ୍କର କେଶ ଦୋମୁହାଁ ହେବା ସହ କେଶ ଝଡିବା ସମସ୍ୟା ଦେଖାଯାଏ । ଚକୋଲେଟ୍, ବୋଇତାଳୁ ମଞ୍ଜିରେ ଅଧିକ ପରିମାଣର ଜିଙ୍କ୍ ଥାଏ ।
ବି-କମ୍ପ୍ଲେକ୍ସ
ବାୟୋଟିନ୍, ନିଆସିନ୍ ଏବଂ କୋଜାଲାମିନ୍ରେ ଅଧିକ ପରିମାଣର ବି-କମ୍ପ୍ଲେକ୍ସ ଥାଏ । ଏହା କେଶକୁ ମୋଟା ହେବାରେ ସାହାଯ୍ୟ କରେ । ଶସ୍ୟଜାତୀୟ ଖାଦ୍ୟ, ଅଣ୍ଡା, ଆଭୋକାଡୋରେ ଅଧିକ ପରିମାଣ ବିକମ୍ପ୍ଲେକ୍ସ ଥାଏ । ଏହା ବ୍ୟତୀତ ବି-୩, ବି-୫, ବି-୬ ଓ ବି-୧୨ ମଧ୍ୟ ସୁସ୍ଥ କେଶ ପାଇଁ ଆବଶ୍ୟକ ହୋଇଥାଏ । ମୁଣ୍ଡରେ ରକ୍ତ ସଞ୍ଚାଳନ ଠିକ୍ ହେବା ପାଇଁ ଭିଟାମିନ୍ ବି-୩ର ଆବଶ୍ୟକତା ଥାଏ । ମାଛ, କୁକୁଡ଼ା ମାଂସରେ ବି-୩ ଅଧିକ ଥାଏ । ବି-୫ କେଶକୁ ଧୂସର ରଙ୍ଗ ହେବାରୁ ରକ୍ଷା କରିଥାଏ । ଅଣ୍ଡାର ହଳଦିଆ ଅଂଶ ଓ ଶସ୍ୟରେ ଅଧିକ ପରିମାଣ ଭିଟାମିନ୍ ବି-୫ ଥାଏ । ଭିଟାମିନ୍ ବି-୬ ଏବଂ ବି-୧୨ ଶସ୍ୟ ଓ ଅଣ୍ଡାର ହଳଦିଆ ଅଂଶରେ ମିଳିଥାଏ । ଏହା କେଶ ଝଡ଼ିବା ସମସ୍ୟାକୁ ଦୂରେଇ ଦେଇଥାଏ । କେଶ ପାଇଁ ବେଶ୍ ଭଲ ହୋଇଥାଏ ଭିଟାମିନ୍-ଇ । ଏହା କେଶକୁ ସିଲ୍କି କରାଇବା ସହ ସଫଫ କରାଇଥାଏ । ସୋୟାବିନ୍, ବାଦାମ, ବିନ୍ସ, ସବୁଜ ପନିପରିବାରେ ଅଧିକ ପରିମାଣର ଭିଟାମିନ୍-ଇ ଥାଏ ।
Prev Post
Next Post