ଆବଶ୍ୟକ ସାମଗ୍ରୀ: ସେଓ, ମଇଦା, ଚିନି, ତେଲ, ଲେମ୍ବୁ ରସ, ଗୁଜୁରାତି ଗୁଣ୍ଡ, କାଜୁ ଓ ପେସ୍ତା ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗରମ ପାଣିରେ ଅଳ୍ପ ଚିନି ପକାଇ ଗୋଳାଇ କିଛି ସମୟ ଯାଏ ରଖି ଦିଅନ୍ତୁ । ବର୍ତ୍ତମାନ ଏକ ପାତ୍ରରେ ମଇଦା, କିଛି ବୁନ୍ଦା ତେଲ ଓ ଚିନିକୁ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରି ରଖନ୍ତୁ । ବର୍ତ୍ତମାନ ସିରା ପ୍ରସ୍ତୁତି କରିବା । ଏଥିପାଇଁ ଚିନି ଓ ପାଣିକୁ ଫୁଟାଇ ଦିଅନ୍ତୁ । ଯେତେବେଳେ ଏହା ଫୁଟିବ, ଆଞ୍ଚ କମ୍ କରି ଏଥିରେ ଅଳ୍ପ ଲେମ୍ବୁ ରସ ଓ ଗୁଜୁରାତି ଗୁଣ୍ଡ ପକାଇ ସେତେବେଳେ ଯାଏ ଫୁଟାନ୍ତୁ ଯେତେବେଳେ ଯାଏ ଏହା ଫୁଟି ଫୁଟି ସିରା ଭଳି ଗାଢ଼ ନ ହୋଇଯାଏ । ଏବେ ଜିଲାପି ଛାଣିବା ପାଇଁ ଏକ ପ୍ୟାନ୍ରେ ତେଲ ଗରମ କରନ୍ତୁ । ବର୍ତ୍ତମାନ ସେଓକୁ ଗୋଲ ଗୋଲ କରି କାଟି ମଇଦା ମିଶ୍ରଣରେ ବୁଡାଇ ଗୋଟି ଗୋଟି କରି ଛାଣନ୍ତୁ । ଏହାକୁ ଗୋଲେïନ୍ ବ୍ରାଉନ୍ କଲର୍ ହେବା ଯାଏ ଛାଣନ୍ତୁ । ଜିଲାପି ହୋଇଗଲେ ଏହାକୁ ୨ମିନିଟ୍ ଯାଏଁ ସିରାରେ ବୁଡାଇ ରଖନ୍ତୁ । ଏହାପରେ ପ୍ଲେଟ୍କୁ କାଢ଼ି ଉପରେ କଟାକାଜୁ ଓ ପିସ୍ତା ସଜାଇ ପରଷନ୍ତୁ ଗରମ ଗରମ ସେଓ ଜିଲାପି ।
Prev Post
Next Post