ମୁମ୍ବାଇ,୯/୧ : ମହାରାଷ୍ଟ୍ରର ସୋଲାପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବହୁ ବିକାଶ ଯେଜନାର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ସେ ଲୋକମାନଙ୍କୁ ସମ୍ବୋନ୍ଧିତ କରି କହିଛନ୍ତି କି, ଗତ ଥର ମୁଁ ସୋଲାପୁର ଆସିବା ସମୟରେ କହିଥିଲି କି, ଏଠାରେ ବିଜୁଳି, ସଡକ ଏବଂ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ । ଏହି ଦିଗରେ ବହୁ କାମ ହୋଇଥିବା ହେତୁ ମୁଁ ଖୁସୀ ଅନୁଭବ କରୁଛି ।
ମୋଦୀ କହିଛନ୍ତି କି, କାଲି ଲୋକସଭାରେ ଏକ ଐତିହାସିକ ବିଲ ପାସ ହୋଇଛି । ସାମାନ୍ୟ ବର୍ଗର ଗରୀବଙ୍କୁ ୧୦ ପ୍ରତିଶତ ଆରକ୍ଷଣ ଉପରେ ମୋହର ଲଗାଇ ସବକା ସାଥ ସବକା ବିକାଶକୁ ମଜବୁତ କରିବା ପାଇଁ କାମ କରାଯାଉଛି । ପ୍ରତି ବର୍ଗକୁ ଆଗକୁ ବଢିବା ଅବସର ମିଳିଛି । ଅନ୍ୟାୟ ଭାବନାକୁ ସମାପ୍ତ କରି ଆମେ ଜନତାଙ୍କର ଉଜ୍ଜ୍ୱଳ ଭବିଷ୍ୟ କାମନା କରୁଛୁ । ଦେଶରେ ଆରକ୍ଷଣ ନାମରେ କିଛି ଲୋକଙ୍କ ଦ୍ୱାରା ମିଥ୍ୟା ପ୍ରଚାର କରାଯାଉଛି । ସେମାନେ ପ୍ରଚାର କରୁଛନ୍ତି କି, ଦଳିତ, ପଛୁଆ ଏବଂ ଆଦିବାସୀ ବର୍ଗକୁ ମିଳୁଥିବା ଆରକ୍ଷଣକୁ କମ୍ କରି ଦିଆଯିବ । କିନ୍ତୁ ଏଥିରେ କିଛି କମ୍ କରିବା ବିନା ଆମେ ଅତିରିକ୍ତ ୧୦ ପ୍ରତିଶତ ଆରକ୍ଷଣ ଦେଇ ସମସ୍ଥଙ୍କ ସହ ନ୍ୟାୟ କରିବୁ ।