ସ୍କାର୍ପ ପିନ୍ଧିବା ବର୍ତ୍ତମାନର ୟୁନିକ୍ ଟ୍ରେଣ୍ଡ ହୋଇଯାଇଛି । ଜିନ୍ସ ଟପ୍, ସ୍କଟ, ଶର୍ଟ, ଡ୍ରେସ୍, ସୁଟ୍ ସବୁଥିରେ ସ୍କାର୍ପ ଭଲ ଦେଖାଯାଉଛି । ଯଦି କୌଣସି ଡ୍ରେସ୍ ଭଲ ଲାଗୁନି ଡିଜାଇନ୍ ସିମ୍ପଲ୍ ଲାଗୁଛି ତେବେ ସ୍କାର୍ପ ପକାଇଦେଲେ ଲୁକ୍ ପର୍ଫେକଫ ହୋଇଯାଏ । ତେବେ ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ କିପରି ସ୍କାର୍ପ ପିନ୍ଧିଲେ ଲୁକ୍ କ୍ଲାସିକ୍ ଲାଗିବ ଜାଣନ୍ତୁ-
ନେକ୍ ର୍ୟାପ୍ – ସବୁଠାରୁ ସିମ୍ପଲ୍ ପ୍ରକ୍ରିୟା ହେଉଛି ବେକରେ ସ୍କାର୍ପକୁ ଗୁଡାଇ କରି ପକାଇବା । ଏହା ଜିନ୍ସ, କୁର୍ତ୍ତୀ, ଶାଢି ସବୁ ପରିଧାନରେ ଭଲ ଦେଖାଯାଏ । ଯାହା ସବୁଠାରୁ ସାଧାରଣ ଷ୍ଟାଇଲ୍ କୁହାଯାଇପାରେ ବିନା ଦର୍ପଣରେ ମଧ୍ୟ ପକାଯାଇପାରିବ ।
ବୋ ଷ୍ଟାଇଲ୍- ସ୍କାର୍ପ ବେକରେ ପକାଇ ଡ୍ରେସର କଲର ପାଖରେ ଢିଲାରେ ବାନ୍ଧନ୍ତୁ ଯେଉଁପରି ଜୋତା ଫିତା ବାନ୍ଧନ୍ତି ସେହିଭଳି ବାନ୍ଧନ୍ତୁ । ହାଇ ହିଲ୍ସହ ପାର୍ଟି ପାଇଁ ଏହା ଏକ ସ୍ୱତନ୍ତ୍ର ଲୁକ୍ ଦେଇଥାଏ ।
ବ୍ରେଡ୍ ର୍ୟାପ୍ ଅରାଉଣ୍ଡ- ବେକରେ ପକାଇ ଦୁଇ ଭାଗକୁ ଝୁଲାଇ ରଖିବା ଗୋଟିଏ ପଟ ଲମ୍ବା ଓ ଅନ୍ୟ ପଟଟି ଛୋଟ ହୋଇଥିବ । ଦୁଇ ପଟକୁ ଅଲଗା ଅଲଗା ଲୁପ୍ରେ ଗୁଡାଇବା । ଏହାକୁ ସମସ୍ତ ଡ୍ରେସ୍ ସହ ପିନ୍ଧାଯାଇପାରିବ ।
ଲଙ୍ଗ୍ ସ୍କାର୍ପ ଟାଇ- ସ୍କାର୍ପ ଯଦି ଲମ୍ବା ରୁହେ ତେବେ ବେକରେ ଗୁଡାଇ ରଖିବା ଦ୍ୱାରା ଏହା ଜିନ୍ସ ଓ କୁର୍ତ୍ତିରେ ଖୁବ୍ ସୁନ୍ଦର ଲୁକ୍ ଦେଇଥାଏ ।
ଫୋର୍ ଅନ୍ ନେକ୍- ସ୍କାର୍ପକୁ ମଝିରୁ ଫୋଲï କରି ସ୍କାର୍ପର ଗୋଟିଏ ପାଖ ମୁଣ୍ଡକୁ ଅନ୍ୟ ପାଖ ମୁଣ୍ଡ ସହ ଗୁଡାଇ ପିନ୍ଧିପାରିବେ । ବର୍ତ୍ତମାନ ବଞ୍ଚିଥିବା ଭାଗକୁ ଦୁଇ ଫାଶରେ ଗୁଡାଇ ପିନ୍ଧିପାରିବେ । ଏହା ଏକ ଷ୍ଟାଇଲିସ୍ ଲୁକ୍ ଦେଇଥାଏ ।
Prev Post
Next Post