ନିକଟରେ ଟେ୍ୱଣ୍ଟି-୨ ମୋଟର୍ସ ନୂଆ ସ୍ମାର୍ଟ ସ୍କୁଟରର ପ୍ରଥମ ଝଲକ୍ ପ୍ରଦର୍ଶିତ ହୋଇଯାଇଛି । ଇଲେକଫ୍ରାନିକ୍ ଡିଭାଇସ୍ ଯୁକ୍ତ ଏହି ସ୍କୁଟରରେ ଅତ୍ୟାଧୁନିକ ସେନ୍ସର, ସ୍ମାର୍ଟ ଫିଚର ଏବଂ ଲିଥିୟମ୍ ଆୟନ୍ ଷ୍ଟୋରେଜ୍ର ସୁବିଧା ରହିଛି । ଏହି ସ୍କୁଟରର ମୂଲ୍ୟ ୬୫,୦୦୦ରୁ ୭୦,୦୦୦ ମଧ୍ୟରେ ରହିଛି । ଏହି ସ୍କୁଟରରେ କେତେକ ଖାସ୍ ଡିଭାଇସ୍ ରହିଛି । ଟେଲିସ୍କୋପିକ୍ ସସ୍ପେନ୍ସନ୍, ଇନ୍-ବିଲଫ ମୋବାଇଲ ଚାର୍ଜର ସହ ଦୁଇଟି ହେଲ୍ମେଟ୍ ଷ୍ଟୋରେଜ୍ ପାଇଁ ପର୍ଯ୍ୟାପ୍ତ ସ୍ଥାନ ମଧ୍ୟ ରହିଛି । ଏହି ସ୍କୁଟରକୁ ଆପଣ ଦୂରରୁ ମଧ୍ୟ ଧ୍ୟାନ ରଖିପାରିବେ । ଏଥିରେ ସଂଯୋଗହୋଇଥିବା ସ୍ମାର୍ଟ ଫିଚର୍ ସ୍କୁଟର ମାଲିକକୁ ଫୋନ୍ ମାଧ୍ୟମରେ ସିଗ୍ନାଲ୍ ଦେଇଥାଏ । ୮୫ କି.ଗ୍ରାର ଏହି ଯାନରେ ଲିଥିୟମ୍ ବ୍ୟାଟେରି ଲାଗିଅଛି, ଯାହା ଦୁଇ ଘଣ୍ଟାରେ ଚାର୍ଜ ହୋଇଥାଏ ।
