ସ୍ଵଚ୍ଛତା ପାଇଁ ସରକାରୀ ଡାକ୍ତରଖାନାକୁ ମିଳିଲା ‘କାୟାକଳ୍ପ’ ସମ୍ମାନ

0

ଭୁବନେଶ୍ୱର,୨୮/୨: ଭୁବନେଶ୍ୱର ଜୟଦେବ ଭବନଠାରେ ଗୁରୁବାର ରାଜ୍ୟସ୍ତରୀୟ “କାୟାକଳ୍ପ” ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୨୦୧୮-୧୯ ବର୍ଷ ନିମନ୍ତେ ଏହି ସମ୍ମାନ ନିମନ୍ତେ ଚୟନ ହୋଇଥିବା ସରକାରୀ ଡାକ୍ତରଖାନାଗୁଡ଼ିକୁ ସମ୍ମାନିତ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଜେନା କହିଛନ୍ତି, ସ୍ଵ।ସ୍ଥ୍ୟରକ୍ଷା ପାଇଁ ସ୍ଵଚ୍ଛତା ଓ ପରିଷ୍କାର ପରିଚ୍ଛନତା ଅଭ୍ୟାସ ଗୁରୁତ୍ୱପୂର୍ଣ୍ଣ। ଡାକ୍ତରଖାନା ମାନଙ୍କରେ ଚିକିତ୍ସା ବ୍ୟବସ୍ଥା ଅପେକ୍ଷା ସ୍ଵଚ୍ଛତା ବଜାୟ ରଖିବା ବ୍ୟବସ୍ଥା ସୁନିଶ୍ଚିତ ହେବା ଜରୁରୀ। ଏହା ଦ୍ୱାରା ରୋଗ ସଙ୍କ୍ରମଣକୁ ରୋକାଯାଇପାରିବ। ସରକାରୀ ଡାକ୍ତରଖାନା ଗୁଡ଼ିକରେ ପରିଷ୍କାର ପରିଚ୍ଛନତାକୁ ପ୍ରୋତ୍ସାହିତ କରିବା ଓ ସଙ୍କ୍ରମଣ ନିୟନ୍ତ୍ରଣ ଅଭ୍ୟାସକୁ ନିୟମିତ କରାଇବା ନିମନ୍ତେ “କାୟାକଳ୍ପ “ସମ୍ମାନର ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି।

ଚଳିତ ବର୍ଷ ୬ଟି ଜିଲା ମୁଖ୍ୟ ଚିକିତ୍ସାଳୟ, ୪୮ଟି ଜିଲା ଉପଖଣ୍ଡ ଚିକିତ୍ସାଳୟ/ଗୋଷ୍ଠୀ ସ୍ଵ।ସ୍ଥ୍ୟକେନ୍ଦ୍ର,୮୬ଟି ପ୍ରାଥମିକ ସ୍ଵସ୍ଥ୍ୟକେନ୍ଦ୍ର ଓ ୪୨ଟି ସହରାଞ୍ଚଳ ପ୍ରାଥମିକ ସ୍ଵIସ୍ଥ୍ୟକେନ୍ଦ୍ରକୁ କାୟାକଳ୍ପ ସମ୍ମାନ ପ୍ରଦାନ କରାଯାଇଛି। ପ୍ରଥମସ୍ଥାନ ଅଧିକାର କରିଥିବା ଜିଲା ମୁଖ୍ୟ ଚିକିତ୍ସାଳୟକୁ ୫୦ଲକ୍ଷ ଟଙ୍କା, ୨ୟ ସ୍ଥାନ ଅଧିକାର କରିଥିବା ଡାକ୍ତରଖାନାକୁ ୨୦ ଲକ୍ଷ ଟଙ୍କା ଓ ପ୍ରୋତ୍ସାହନ ମୂଳକ ସମ୍ମାନ ପାଇଁ ୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ବତନ୍ତ୍ର ସଚିବ ଡା. ବି.କେ. ବ୍ରହ୍ମା, ଯୁଗ୍ମ ଶାସନ ସଚିବ ଯାମିନୀ ଷଡଙ୍ଗୀ,ସ୍ଵ।ସ୍ଥ୍ୟସେବା ନିର୍ଦ୍ଦେଶକ ସୁଶିଲ କରଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ଯୋଗ ଦେଇଥିଲେ।

Leave A Reply

Your email address will not be published.