ଓଡିଆ ଘରର ଖାଇବା ସହ ଚଟଣୀର ଖଟାମିଟା ସ୍ୱାଦ ଖାଇବାର ମଜାକୁ ଦୁଇଗୁଣ କରିଦିଏ । ଧନିଆ ଓ ପୋଦିନା ପତ୍ରରେ ଲଙ୍କା, ନଡିଆ, ତେନ୍ତୁଳି ମଣ୍ଡରେ ପ୍ରସ୍ତୁତ ହୋଇଥାଏ ତାହା ସହ ବିରିଡାଲି, ସୋରିଷ ମସଲା ଓ ଭୃସଙ୍ଗ ପତ୍ରର ଛୁଙ୍କ ଚଟଣୀର ସ୍ୱାଦକୁ ନିଆରା ମଜା ଦେଇଥାଏ । ଋତୁ ଅନୁଯାୟୀ କଞ୍ଚାଆମ୍ବର ମିଶ୍ରଣ ମଧ୍ୟ ଦେଶୀ ଚଟଣୀର ସ୍ୱାଦକୁ ଏକ ସ୍ୱତନ୍ତ୍ର ମଜା ଦେଇଥାଏ । ଭାରତର ବିଭିନ୍ନ ଅଞ୍ଚଳରେ ଚଟଣୀ ଭିନ୍ନ ଭିନ୍ନ ଚଟଣୀର ଚାହିଦା ଖୁବ୍ ଅଧିକା । କାଶ୍ମୀରରେ ମୂଳାରେ ଦହି ଚଟଣୀର ଚାହିଦା ଖାଇବାକୁ ପସନ୍ଦ କରିଥାଆନ୍ତି । ସେହିଭଳି ଉତ୍ତରାଖଣ୍ଡରେ ରାଶି ଓ ଭାଙ୍ଗ ମଞ୍ଜିରେ ଚଟଣୀ ପ୍ରସ୍ତୁତ କରାଯାଏ । ମହାରାଷ୍ଟ୍ରରେ ଲାଲ୍ ଲଙ୍କା ଓ ରସୁଣର ଚଟଣୀ ଖୁବ୍ ଲୋକପ୍ରିୟ ହୋଇଥାଏ । ସେହିପରି ସାଗୁଦାନାର ଖେଚଡି ସହ ମୁଗର ଚଟଣୀରେ ଖାଇବାକୁ ଖୁବ୍ ଭଲପାଆନ୍ତି । ଭାରତୀୟ ଖାଦ୍ୟପାନୀୟ ସହ ବିଦେଶରେ ଚଟଣୀର ସେବନ ମଧ୍ୟ ଏକ ଭିନ୍ନ ବିଶେଷତ୍ୱ ରହିଛି । ବିଦେଶରେ ଏହାକୁ ‘ସସ୍’ କୁହାଯାଉଥିବା ବେଳେ ବିଦ୍ୱାନଙ୍କ ଅର୍ଥରେ ଏହାକୁ ‘ସାଲ୍ସା’ ତଥା ଶାବ୍ଦିକ ଅର୍ଥରେ ‘କୁଟା-କୁଟା’ କୁହାଯାଏ । ଭାରତର ଟମାଟୋ ସସ୍ ସାଧାରଣରେ ବ୍ୟବହାର କରାଯାଉଥିବା ବେଳେ ବଡ ବଡ ରେଷ୍ଟୁରାଣ୍ଟ, ଢାବା ଓ ହୋଟେଲ ମାନଙ୍କରେ ଏହି ସସ୍ ଗୁଡିକର ବଡବଡ ବୋତଲ ଦେଖିବାକୁ ମିଳିଥାଏ। ଖାଦ୍ୟ ବିଶେଷଜ୍ଞ ଗବେଷଣା ସମୟରେ ୧୯ ଶତାବ୍ଦୀରେ ଚିନିର ଏକ ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ । ଯାହାକୁ ଭିନେଗାର, ଚିନି, ରସୁଣ, ଅଦା ଓ ଟମାଟୋ ସସ୍ରେ ତିଆରି କରାଯାଏ । ସେହିପରି ମୋମୋ ପ୍ରେମୀଙ୍କ ପାଇଁ ‘ଚିଲିସସ୍’ ତିଆରି କରାଯାଇଥାଏ । ଯେଉଁଥିରେ ଟମାଟୋ ଭାଗ କମ୍ ଥାଏ ହେଲେ ନାଲି ଲଙ୍କାରରେ ଚିନି ଦେଇ ପ୍ରସ୍ତୁତ କରାଯାଇଥାଏ । କିନ୍ତୁ ଦେଖିବାକୁ ଲାଲ ହୋଇଥାଏ । ମ୍ୟାକ୍ସିକୋରେ ଜାଲାପିନୋ ଲଙ୍କାରେ ପ୍ରସ୍ତୁତ କରାଯାଏ ଟବାସ୍କୋ ସସ୍ ଓ ଆଫି୍ରକାର ମୂଳ ଚଟଣୀ ତଥା ସସ୍ର ନାମ ହେଉଛି ‘ପେରୀ-ପେରୀ’ । ‘ୱାଷ୍ଟରଶାୟର ସସ୍’ ବ୍ରିଟିଶ୍ ରାଜୁତିର କଥା ମନେପକାଇଦିଏ । ସୋରିଷ ତେଲରେ ପ୍ରସ୍ତୁତ ବିଭିନ୍ନ ସସ୍ ଯେପରିକି ଫ୍ରେଞ୍ଚ୍, ଇଙ୍ଗଲିଶ୍ ଓ ଡିଜୋନ୍ ସସ୍ ବିଦେଶରେ ଖୁବ୍ ଲୋକପ୍ରିୟ । ଏଥିରେ ପ୍ରସ୍ତୁତ ଫ୍ରାଇଡ୍ ଫିସ୍ରେ ‘ଟାର୍ଟର ସସ୍’ ଖାଇବାକୁ ଦିଆଯାଇଥାଏ । ତନ୍ଦୁରୀ ଜାତୀୟ ଖାଦ୍ୟ ଖାଇବା ନିମନ୍ତେ ‘ବାର୍ବିକ୍ୟୁ ସସ୍’ ପରଷା ଯାଇଥାଏ । ସେହିଭଳି ସ୍ୟାଣ୍ଡଉଇଚ୍ ଖାଇବା ନିମନ୍ତେ ‘ମେୟୋନିଜ୍’ ବ୍ୟବହାର କରାଯାଇଥାଏ । ଏହି ସମସ୍ତ ସ୍ୱତନ୍ତ୍ର ସସ୍ ଖାଦ୍ୟର ବିଶେଷତା ବଢାଇବା ସହ ସ୍ୱାଦକୁ ବହୁଗୁଣ କରିଥାଆନ୍ତି ।
