ହକି ବିଶ୍ୱକପ୍‌ : କାନାଡାକୁ ୫-୦ରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ନେଦରଲାଣ୍ଡସ୍‌

ଭୁବନେଶ୍ୱର,୧୧/୧୨: କଳିଙ୍ଗ ଷ୍ଟାଡିୟମ୍‌ରେ ଜାରି ଥିବା ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ୨୮ତମ ମ୍ୟାଚରେ ମଙ୍ଗଳବାର ନେଦରଲାଣ୍ଡସ୍‌ ୫-୦ ଗୋଲରେ କାନାଡାକୁ ପରାସ୍ତ କରି କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି। ନେଦରଲାଣ୍ଡସ୍‌ ଡିସେମ୍ବର ୧୩ରେ ଭାରତକୁ ମୁକାବିଲା କରିବ।

ଆଜି ପ୍ରଥମ ମ୍ୟାଚରେ ବେଲଜିୟମ୍‌ ୫-୦ ଗୋଲ୍‌ରେ ପାକିସ୍ତାନକୁ ପରାସ୍ତ କରିଛି। ବେଲଜିୟମ୍‌ ଡିସେମ୍ବର ୧୩ରେ ଜର୍ମାନୀକୁ ଭେଟିବ। ଚତୁର୍ଦ୍ଦଶ ହକି ବିଶ୍ୱକପ୍‌ର କ୍ରସ ଓଭର ମ୍ୟାଚରେ ବେଲଜିୟମ୍‌ର ଖେଳାଳିମାନେ ଆରମ୍ଭରୁ ପାକିସ୍ତାନ ଉପରେ ଆକ୍ରମଣାତ୍ମକ ଭାବରେ ଖେଳିଥିଲେ। ବେଲଜିୟମ ପ୍ରଥମ କ୍ୱାର୍ଟରରେ ୨ଟି ଗୋଲ ଦେଇଥିବା ବେଳେ ୨ୟ କ୍ୱାର୍ଟରେ ଗୋଟିଏ ଗୋଲ ଦେଇ ମଧ୍ୟାନ୍ତର ବେଳକୁ ପାକିସ୍ତାନ ବିପକ୍ଷରେ ୩-୦ ଗୋଲରେ ଅଗ୍ରଣୀ ଥିଲା। ପାକିସ୍ତାନ ବିପକ୍ଷରେ ବେଲଜିୟମ୍‌ କ୍ୱାର୍ଟର-୩ରେ ଗୋଟିଏ ଗୋଲ ଦେଇଥିଲା। ଶେଷରେ ପାକିସ୍ତାନକୁ ବେଲଜିୟମ୍‌ ୫-୦ ଗୋଲରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପହଞ୍ଚିଛି।