ଭୁବନେଶ୍ୱର,୧/୧୨: ବହୁ ପ୍ରତୀକ୍ଷିତ ‘ପୁଲ-ଡି’ର ଦ୍ୱିତୀୟ ମ୍ୟାଚରେ ଶନିବାର ପାକିସ୍ତାନକୁ ଜର୍ମାନୀ ୧-୦ ଗୋଲରେ ପରାସ୍ତ କରିଛି। ହକି ବିଶ୍ୱକପ୍ର ୮ମ ମ୍ୟାଚ୍ରେ ଉଭୟ ପାକିସ୍ତାନ ଏବଂ ଜର୍ମାନୀର ଖେଳାଳିମାନେ ଲଢୁଆ ପ୍ରଦର୍ଶନ କରିଛନ୍ତି। ଫଳରେ ପ୍ରଥମ କ୍ୱାର୍ଟରରେ କୌଣସି ଗୋଲ ହୋଇ ନଥିଲା।
ସେହିଭଳି ଦ୍ୱିତୀୟ କ୍ୱାର୍ଟରେ ମଧ୍ୟ କୌଣସି ଗୋଲ ହୋଇ ନଥିଲା। ତୃତୀୟ କ୍ୱାର୍ଟରରେ ଜର୍ମାନୀ ଗୋଟିଏ ଗୋଲ ଦେଇଥିଲା। ପାକିସ୍ତାନ ଏହାକୁ ଶୁଝାଇ ପାରି ନ ଥିଲା।