ସ୍ମାର୍ଟଫୋନ୍ରେ ଇୟରଫୋନ ଲଗାଇ ଉଚ୍ଚସ୍ୱରରେ ଗୀତ ଶୁଣିବା ଅନେକ ଲୋକଙ୍କ ପସନ୍ଦ । ତେବେ ଏବେଠାରୁ ହିଁ ଆପଣଙ୍କର ଏ ପସନ୍ଦଠାରୁ ସାବଧାନ ହୋଇଯାନ୍ତୁ । ଏବେ ସଚେତନ ନ ହେଲେ ଆଗକୁ ଅପଣାମାନେ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି । ୟୁନାଇଟେଡ୍ ନେସନରେ ଏହା ଉପରେ ଗବେଷଣା କରାଯାଇଥିଲା । ଏଥିରୁ ଜଣାପଡିଅଛି ଯେ ଯେଉଁମାନେ ସବୁବେଳେ ବହୁତ ସମୟ ସ୍ମାର୍ଟଫୋନରେ ଗୀତ ଶୁଣୁଛନ୍ତି ସେମାନଙ୍କ ଭିତରୁ ପାଖାପାଖି ୧ଲକ୍ଷ ଲୋକ ଶ୍ରବଣଶକ୍ତି ହରାଇ ବସିଛନ୍ତି । ଏହାକୁ ବନ୍ଦ କରିବା ପାଇଁ କେତେଗୁଡିଏ ମାଧ୍ୟମ ତିଆର କରାଯାଇଥିଲା । କିନ୍ତୁ ଏହାଦ୍ୱାରା ଲୋକମାନଙ୍କ ଉପରେ କିଛି ପ୍ରଭାବ ପଡୁ ନାହିଁ। ୧୨ ରୁ ୩୫ ବର୍ଷ ବୟସର ଲୋକମାନଙ୍କ ପାଇଁ ଏହା ବହୁତ ଅସୁବିଧାଜନକ ହୋଇଥାଏ । ୱାଲï ହେଲ୍ଥ ଅର୍ଗାନାଇଜେସନ୍ ଅନୁସାରେ ଆସନ୍ତା ବର୍ଷମାନଙ୍କରେ ଶ୍ରବଣଶକ୍ତି ହ୍ରାସର ସମସ୍ୟା ବଢ଼ିବ । ଗବେଶଣାରୁ ଏହା ମଧ୍ୟ ଜଣାପଡିଛି ଯେ ଦେଶର ପାଖାପାଖି ୧ ଲକ୍ଷ ଯୁବପିଢିଙ୍କୁ ଉଚ୍ଚସ୍ୱରରେ ଗୀତ ଶୁଣିବାକୁ ଭଲ ଲାଗେ କିନ୍ତୁ ଏହାଦ୍ୱାରା ପରେ ସେମାନଙ୍କୁ କଷ୍ଟ ଭୋଗିବାକୁ ପଡ଼ିବ । ବହୁତ ସମୟ ଧର ସ୍ମାଟ୍ଫୋନକୁ କାନରେ ଲଗାଇ ରଖିବା ଦ୍ୱାରା ଆପଣମାନଙ୍କୁ ଶ୍ରବଣ ଶକ୍ତି ହରାଇବା ସହ ଆହୁରି ଅନେକ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡିବ । ଯେମିତିକି ମୁଣ୍ଡ ବିନ୍ଦା, ଥକାପଣ, ହାତ-ଗୋଡ ବିନ୍ଧିବା ଉତ୍ୟାଦି । ତେଣୁ ସ୍ମାଟ୍ଫୋନ୍ର ବ୍ୟବହାର ସମୟରେ ତା’ ଭଲ୍ୟୁମ କମ୍ କରି ବ୍ୟବହାର କରିବା ନିହାତୀ ଦରକାର ।
