ଆମେରିକାର ଫେଡରାଲ କମୁ୍ୟନିକେଶନ କମିଶନ (ଏଫ୍ସିସି) ଗୁଗଲ୍କୁ ହାତ ଇଶାରାରେ ଚିହ୍ନିବା ଭଳି ସେନ୍ସର ପ୍ରସ୍ତୁତ କରିବାର ମଞ୍ଜୁରୀ ଦେଇଛି । ରଡାର ମୋଶନ ବିଶିଷ୍ଟ ସେନ୍ସର ୱିୟରବଲ୍ସ, କମ୍ପୁଟର ଓ ସ୍ମାର୍ଟଫୋନ୍ରେ ବ୍ୟବହାର କରିବ । ଏହା ଦିବ୍ୟାଙ୍ଗଙ୍କ ପାଇଁ ଅଧିକ ଉପାଦାୟୀ ହୋଇପାରିବ । ଏୟାରକ୍ରାଫଫରେ ଏହାର ବ୍ୟବହାର କରାଯାଇପାରିବ । ସୋଲି ସେନ୍ସର ରଡାର ସିଗ୍ନାଲରେ ଏହା ପରିଚାଳିତ ହେବ । ଏହି ସେନ୍ସରକୁ ଯେଉଁ ବି ଯନ୍ତ୍ରରେ ଲଗାଇଲେ ଏହା ବ୍ୟବହାରକାରୀର ହାତ ଇଶାରାରେ କାର୍ଯ୍ୟକାରୀ ହୋଇପାରିବ । ବ୍ୟବହାରକାରୀର ଆଙ୍ଗୁଠିର ସାହାଯ୍ୟରେ ବଟନ୍ ଦବାଇ ଦୂରରେ ରଖି ସ୍ମାର୍ଟଫୋନ୍ ସାହାଯ୍ୟରେ କଲ୍ ମଧ୍ୟ କରାଯାଇପାରିବ । ଏହାଛଡା ପକେଟ ଅବା ବ୍ୟାଗ୍ରେ ରଖିଥିବା ଯନ୍ତ୍ରକୁ ଅପରେଟ୍ କରାଯାଇପାରିବ ।