ବ୍ରିଟେନ୍ର ଲୈନ୍କାଷ୍ଟର ୟୁନିଭର୍ସିଟିର ଗବେଷକ ଏକ ନୂଆ ଉପକରଣରେ ଗବେଷଣା ଜାରି ରଖିଛନ୍ତି ଯାହାଦ୍ୱାରା ହାତର ଫଟୋକୁ ଚିହ୍ନି ଅପରାଧୀମାନଙ୍କ ସନ୍ଧାନ କରାଯାଇପାରିବ । ଗବେଷକମାନେ ‘ହାର୍ଡ ବାୟୋମ୍ୟାଟ୍ରିକ୍’ ପ୍ରୋଜେକଫରେ କାମ କରୁଛନ୍ତି, ଯେଉଁଥିରେ ହାତର ଶିରା, ଟାଟୁ ଓ ଅନ୍ୟାନ୍ୟ ଚିହ୍ନ ସହଜରେ ଜାଣିହେବ । ଏହି ଉପକରଣକୁ ‘ଏଚ୍-ୟୁନିକ୍’ କୁହାଯାଉଛି । ପ୍ରଫେସର ସୁ୍ୟ ବ୍ଲେକ୍ଙ୍କ ମତରେ, ବିଭିନ୍ନ ବ୍ୟକ୍ତିଙ୍କ ହାତର ଫଟୋ ଭିନ୍ନ ଭିନ୍ନ ହୋଇଥାଏ । ଏହି ଉପକରଣ ଦ୍ୱାରା ଗବେଷକ ସବୁ ତଥ୍ୟକୁ ବିଶ୍ଲେଷଣ କରିବେ ଯାହା ଫଳରେ ହାତର ଫଟୋରୁ ଲୋକକୁ ଚିହ୍ନିବା ସହଜସାଧ୍ୟ ହେବ । ଗବେଷକଙ୍କ ମତରେ, ଏହା ପୂର୍ବରୁ କେବେ ଏପରି ଉଦ୍ୟମ ହୋଇନାହିଁ । କିନ୍ତୁ ଏଥିରେ ଆନିମେଟେଡ୍, ଆନ୍ଥ୍ରୋପୋଲୋଜିଷ୍ଟ, ଜେନେଟିଷ୍ଟ, ବାୟୋଇନ୍ଫର୍ମଟିଶିୟଂସ, ଇ-ମେଜ୍ ଆନାଲିଷ୍ଟ ଓ କମ୍ପୁ୍ୟଟର ସାଇନ୍ଟିଷ୍ଟଙ୍କ ଠାରୁ ସାହାଯ୍ୟ ନିଆଯାଇଛି । ତାଙ୍କ ମତରେ, ଏହି ପ୍ରକ୍ରିୟା ଦ୍ୱାରା ବାୟୋମାଟ୍ରିକ୍ କ୍ଷମତାକୁ ଅଧିକ ବିକଶିତ କରାଯିବ । ହାତ ଦ୍ୱାରା ବ୍ୟକ୍ତିକୁ ଚିହ୍ନିବା ପାଇଁ ଏହି ପ୍ରୋଜେକଫରେ ୫୦୦୦ରୁ ଉଦ୍ଧ୍ୱର୍ ବୈଜ୍ଞାନିକଙ୍କୁ ନିଯୋଗ କରାଯାଇଛି । ଏହି ପ୍ରୋଜେକଫ ପାଇଁ ୨.୫ ୟୁରୋ (ପାଖାପାଖି ୨୦ କୋଟି ଟଙ୍କା) ଏକତ୍ରିତ କରାଯାଇଛିି । ବର୍ଷ ଶେଷରେ ପାଖାପାଖି ୫୦୦୦ ହଜାର ଲୋକଙ୍କ ହାତର ଫଟୋ ନେଇ ପରୀକ୍ଷଣ କରାଯିବ ।