ହିଞ୍ଜିଳିକାଟୁ ନିକଟରେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ, ୧୦ଆହତ

0

ବ୍ରହ୍ମପୁର,୪/୪: ବ୍ରହ୍ମପୁରରେ କଲଭର୍ଟକୁ ଧକ୍କା ହୋଇ ଏକ ଯାତ୍ରୀବାହୀ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଅଘଟଣରେ ୧୦ଜଣରୁ ଉଦ୍ଧ୍ୱର୍ ଯାତ୍ରୀ ଆହତ ହୋଇଛନ୍ତି ।

ବ୍ରହ୍ମପୁର ହିଞ୍ଜିଳିକାଟୁ ନିକଟରେ ଏକ କଲଭର୍ଟକୁ ଧକ୍କା ହୋଇ ମାଁ ତାରିଣୀ ନାମକ ଏକ ଯାତ୍ରୀବାହୀ ଘରୋଇ ବସ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ସୋରଡ଼ାରୁ ବ୍ରହ୍ମପୁର ଯାଉଥିବା ବେଳେ ଏହି ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଏଥିରେ ୧୦ଜଣରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି ।

Leave A Reply

Your email address will not be published.