ହିମାଚଳପ୍ରଦେଶ ରାଜ୍ୟପାଳ ହେଲେ କଲରାଜ ମିଶ୍ର

ନୂଆଦିଲ୍ଲୀ,୧୫/୭: ମୋଦି ସରକାରରେ ମନ୍ତ୍ରୀ ଥିବା ବରିଷ୍ଠ ବିଜେପି ନେତା କଲରାଜ ମିଶ୍ରଙ୍କୁ ଆଜି ନୂଆ ଦାୟିତ୍ୱ ମିଳିଛି। ତାଙ୍କୁ ଆଜି ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ସେହିପରି ହିମାଚଳ ପ୍ରଦେଶର ରାଜ୍ୟପାଳ ଥିବା ଆଚାର୍ଯ୍ୟ ଦେବବ୍ରତଙ୍କୁ ଗୁଜରାଟ ରାଜ୍ୟପାଳ ଭାବେ ବଦଳି କରାଯାଇଛି। ରାଷ୍ଟ୍ରପତି ଭବନରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଗୁଜରାଟର ରାଜ୍ୟପାଳ ଥିବା ଓମ ପ୍ରକାଶ କୋହଲିଙ୍କ କାର୍ଯ୍ୟକାଳ ସୋମବାର ଅର୍ଥାତ ଆଜି ଶେଷ ହେଉଛି। ତାଙ୍କ ସ୍ଥାନରେ ଦେବବ୍ରତ କାର୍ଯ୍ୟ କରିବେ। ମୋଦି-୧ ସରକାରରେ କଲରାଜ ମିଶ୍ର କେନ୍ଦ୍ରମନ୍ତ୍ରୀ ଥିଲେ। ତେବେ ତାଙ୍କ ବୟସ ୭୫ ବର୍ଷ ଅତିକ୍ରମ କରିଯିବାରୁ ତାଙ୍କୁ ୨୦୧୭ରେ ଇସ୍ତଫା ଦେବାକୁ ପଡ଼ିଥିଲା। ଉତ୍ତର ପ୍ରଦେଶର ଏହି ନେତା ଜଣଙ୍କ ଏଥର ନିର୍ବାଚନ ଲଢ଼ି ନଥିଲେ। ୬୦ ବର୍ଷୀୟ ଦେବବ୍ରତ ୨୦୧୫ରୁ ହିମାଚଳପ୍ରଦେଶର ରାଜ୍ୟପାଳ ଭାବେ କାର୍ଯ୍ୟ କରି ଆସୁଥିଲେ।

SBI_Festive_Digital Billboard