କୋଚି, ୨୭/୧୨ : କେରଳର କୋଚିସ୍ଥିତ ନୌସେନା ପ୍ରତିଷ୍ଠାନରେ ଏକ ଦୁର୍ଘଟଣାରେ ୨ ଜଣ ନୌସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ହେଲିକେପଫର ଗେଟ୍ର ହ୍ୟାଙ୍ଗର ଭାଙ୍ଗି ଖସି ପଡିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଦୁର୍ଘଟଣାର ତଦନ୍ତ ଲାଗି କୋର୍ଟ ଅଫ ଇନକ ୍ୱାରୀର ଆଦେଶ ଦିଆଯାଇଛି । ସକାଳ ପ୍ରାୟ ୯ଟା ବେଳେ ବିମାନ କବାଟର ହ୍ୟାଙ୍ଗର୍ ଖସିପଡ଼ିବାରୁ ଦୁର୍ଘଟନା ଘଟିଛି ବୋଲି ଜଣେ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି । ପ୍ରଥମେ ଆହତ ହୋଇଥିବା ସେ ଦୁଇ ଜଣଙ୍କୁ ତୁରନ୍ତ ସଦର୍ଣ୍ଣ ନେଭାଲ୍ କମାଣ୍ଡ୍ର ମୁଖ୍ୟାଳୟଠାରେ ଥିବା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ସେମାନଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାମ ନବୀନ ଏବଂ ଅଜିତ ବୋଲି ଜଣା ପଡିଛି । ତେବେ ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଠ ହୋଇନଥିବା ବେଳେ ଗେଟ୍ର ଗଠନରେ କୌଣସି ତ୍ରୁଟି ଥିବା ଯୋଗୁଁ ଏପରି ହୋଇଥିବା ଅନୁମାନ କରାଯାଉଛି ।·
