ହୋଟେଲ ପର୍ଯ୍ୟାବରଣ ପାଇଁ ରୋବଟ୍‌

0

ହୋଟେଲ୍‌ ବେଡ୍‌ର ବେଡ୍‌ସିଟ୍‌ ଦେଖିବାକୁ ସଫା ହୋଇଥିଲେ ମଧ୍ୟ ଜୀବାଣୁ କମ୍‌ ନଥାନ୍ତି । ଏହାକୁ ଧନ୍ୟରେ ରଖି ଜଣେ ଦମ୍ପତି ଛୋଟ ରୋବଟ୍‌ ନିର୍ମାଣ କରିଛନ୍ତି, ଯିଏ ହୋଟେଲ୍‌ ବେଡ୍‌ସିଟ୍‌ ସଫା କରିବ । ଏହି ରୋବଟ୍‌କୁ ଟମ୍‌ ୟୈଙ୍ଗ ଓ ତାଙ୍କ ପନିୀ ସିସିଲିଆ ସୁ ପ୍ରସ୍ତୁତ କରିଛନ୍ତି, ଯାହାକୁ କ୍ଲିନ୍ସବୋଟ୍‌ କୁହାଯାଉଛି । ରୋବଟ୍‌କୁ ପ୍ରସ୍ତୁତ କରିବା ପାଇଁ ଦୁହେଁ କ୍ରାଉଡ୍‌ଫଣ୍ଡିଙ୍ଗ୍‌ର ସହାୟତା ନେଇଥିଲେ । ଏହି କ୍ଲିନ୍ସବୋଟ୍‌କୁ ହୋଟେଲ୍‌ ରୁମ୍‌ର ବେଡ୍‌ସିଟ୍‌ ସଫା କରିବାରେ ଉପଯୋଗ କରାଯିବ । ଏଥିରେ ରୋବଟ୍‌ ଭ୍ୟାକୁମ୍‌ କ୍ଲିନର୍ସ ରହିଛି ଯାହା ବେଡ୍‌ସିଟ୍‌କୁ ବ୍ୟାକେଫରିଆ ମୁକ୍ତ କରିବାରେ ସାହାଯ୍ୟ କରିବ । ଯେଉଁଥିରେ ଅଲଟ୍ରାବାୟଲେଟ ଲାଇଟ୍‌ର ଉପଯୋଗ କରାଯାଇଛି, ଏହି ପଦ୍ଧତିକୁ ସ୍ପେକ୍‌ଟ୍ରମ୍‌ କୁହାଯାଉଛି । ସି-ସ୍ପେକ୍‌ଟ୍ରମକୁ ସାଧାରଣତଃ ଡାକ୍ତରଖାନା ସଫା କରିବାରେ ବ୍ୟବହାର କରାଯାଏ । କ୍ଲିନ୍ସବୋଟ୍‌ ଦ୍ୱାରା ବେଡ୍‌ସିଟ୍‌ରୁ ବ୍ୟାକେଫରିଆ ଓ ଧୂଳି ବାହାର କରିବା ପାଇଁ ଚାରିଟି ୟୁବି-ସି ଲ୍ୟାମ୍ପ ଖଞ୍ଜା ଯାଇଛି । ରୋବଟ୍‌ର ଓଜନ ମାତ୍ର ୩୨୦ ଗ୍ରାମ୍‌, ଫଳରେ ନିଜ ସହ ନେବାଆଣିବା କରିବା ପାଇଁ ମଧ୍ୟ ସହଜ ହୋଇଥାଏ । ରୋବଟ୍‌ରେ ଲିଥିୟମ୍‌ ବ୍ୟାଟେରୀ ରହିଛି ଯାହା ଚାର୍ଜ ହେବାକୁ ୪ ଘଣ୍ଟା ସମୟ ଲାଗିଥାଏ ଏକକାଳିନ ୩ ଘଣ୍ଟା ପର୍ଯ୍ୟନ୍ତ କାମ କରିଥାଏ । ଏହି ରୋବଟ୍‌ ପ୍ରସ୍ତୁତ କରିବା ପାଇଁ ୟଙ୍ଗ ଓ ତାଙ୍କ ପନିୀ କିକଷ୍ଟାରସ୍‌ ଓ ଇଣ୍ଡିଗୋ କମ୍ପାନୀ ସହ ମିଶି ଏକ କ୍ୟାମ୍ପେନ୍‌ ଚଳାଇ ୧୦.୫୦ କୋଟି ଟଙ୍କାର ପାଣ୍ଠି ଏକତ୍ରିତ କରି ଏହି ରୋବଟ୍‌କୁ ପ୍ରସ୍ତୁତ କରିଥିଲେ । କ୍ଲିନ୍ସବୋଟ୍‌ର ମୂଲ୍ୟ ୭୦୦୦ ଟଙ୍କା । ଯାହା ବେଡ୍‌ସିଟ୍‌ରୁ ୯୯.୯୯ ପ୍ରତିଶତ ବ୍ୟାକେଫରିଆ ନିପାତ କରିବ ବୋଲି କୁହାଯାଉଛି ।

Leave A Reply

Your email address will not be published.