ଫଗୁ ପୂଣ୍ଣିମାରେ ଫଗ ଖେଳରେ ମଜି ଯାନ୍ତି ସଭିଏଁ। ତେବେ ହୋଲିର ଗୋଟିଏ ଦିନ ପୂର୍ବରୁ ହୋଳିକା ଦହନ କରାଯିବାର ପ୍ରଥା ରହିଛି । ତେବେ ଏହି ହୋଲିକା ଦହନ ଓ ହୋଲି ପାଳିବା ପଛର କାରଣ ବିଷୟରେ ଚାଲନ୍ତୁ ଜାଣିବା ।
ବିଷ୍ଣୁ ଭକ୍ତ ପ୍ରହ୍ଲାଦଙ୍କ ଦ୍ୱାରା ହିରଣ୍ୟକଶ୍ୟପଙ୍କ ଭଉଣୀ ହୋଲିକାର ବଧ କରାଯାଏ । ହିରଣ୍ୟକଶ୍ୟପ ହେଉଛଇ ଏକ ରାକ୍ଷସ ଯାହାର ପ୍ରହ୍ଲାଦ ନାମକ ଜଣେ ପୁତ୍ର ଥିଲେ । ପ୍ରହ୍ଳାଦ ଯେ ଭଗବାନ ବିଷ୍ଣୁଙ୍କର ଜଣେ ବଡ଼ ଭକ୍ତ ଥିଲେ କିନ୍ତୁ ତାଙ୍କ ପିତା ବିଷ୍ଣୁଙ୍କୁ ଘୋର ବିରୋଧ କରୁଥିଲେ । ହିରଣ୍ୟକଶ୍ୟପ ଚାହୁଁଥିଲେ ଯେ ତାଙ୍କ ରାଜ୍ୟରେ କେହି ବିଷ୍ଣୁ ଭଗବାନଙ୍କୁ ପୂଜା କରନ୍ତୁ ବୋଲି । କିନ୍ତୁ ପ୍ରହ୍ଲାଦ ଦିନରାତି ବିଷଷ୍ଣୁଙ୍କ ଧ୍ୟାନରେ ମଗ୍ନ ରହିବା ସହ ତାଙ୍କ ପୂଜାର୍ଚ୍ଚନାରେ ଲାଗିରହୁଥିଲେ । ପୁଅକୁ ମାରିବା ପାଇଁ ବାପା ହିରଣ୍ୟକଶ୍ୟପ ନିଜ ଭଉଣୀ ହୋଲିକାକୁ ପଠାଇଥିଲେ ।
ଅନ୍ୟପକ୍ଷେ ଭଗବାନ ଶ୍ରୀକୃଷ୍ଣ ପୁତନାକୁ ମରିଥିବାରୁ ହୋଲି ପାଳନ କରାଯାଉଛି ବୋଲି କିଛି ଲୋକଙ୍କ ବିଶ୍ୱାସ କରହିଛି ।
ଫଗୁ ପୂଣ୍ଣିମାରେ ଭଗବାନ ଶିବ ଗଣ ରଙ୍ଗ ଲଗାଇ ନାଚନ୍ତି ଓ ଗାନ୍ତି ।
ମୋଗଲ ଶାସନ କାଳରେ ମଧ୍ୟ ହୋଲି ଖେଳର ପ୍ରଚଳନ ଥିଲା । ଇତିହାସରେ ଆକବର ଓ ଯୋଦ୍ଧା ବାଈଙ୍କ ହୋଲି ଖେଳ ବିଷୟରେ ବିସ୍ତୃତ ଆଲୋଚନା କରାଯାଉଛି । ତବେ ଏହି ହୋଳି ଖେଳକୁ ମୋଗଲ କାଳରେ କୁହା ଯଉଥିଲା ଇଦ୍-ଏ-ଗୁଲାବୀ ।
Prev Post
Next Post