ୟୁପିର ଆଇନ ବ୍ୟବସ୍ଥା ସଙ୍କଟାପର୍ଣ୍ଣ : ଅଖିଳେଶ ଯାଦବ

ନୂଆଦିଲ୍ଲୀ, ୨/୧୨: ‘ସପା’ ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଉତରପ୍ରଦେଶର ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି କି, ରାଜ୍ୟର ଆଇନ ବ୍ୟବସ୍ଥା ବହୁତ ଖରାପ ଅବସ୍ଥାରେ ଗତି କରୁଛି ଏବଂ ନକଲି ଏନକାଉଂଟର କରାଯାଉଛି ।

ଗଣମାଧ୍ୟମକୁ ଏକ ସାକ୍ଷାତକାର କହିଛନ୍ତି, ନକଲି ଏନକାଉଂଟର କଥା ଆମେ କହୁନାହୁଁ , ଏକଥା ରାଷ୍ଟ୍ରୀୟ ମାନବଧିକାର ଅଧକ୍ଷ କହିଛନ୍ତି । ଅଖିଳେଶ ଯାଦବ ଶନିବାର ଦିନ ଦେଇଥିବା ଏକ ବୟାନରେ କୃଷକମାନଙ୍କ ମାମଲାରେ ମଧ୍ୟ ଯୋଗୀ ସରକାରଙ୍କ ଉପରେ ନିଜ ଅକ୍ରୋଶ ଜାହିର କରିଛନ୍ତି । ସରକାରଙ୍କର କୃଷକଙ୍କମାନଙ୍କ ଚିନ୍ତା ନାହିଁ । ସରକାର ମିଲ ମାଲିକମାନଙ୍କ ବିଷୟରେ ଅଧିକ ଚିନ୍ତା କରୁଛନ୍ତି । ଗରିବମାନଙ୍କ କଥା ଚିନ୍ତା କରୁନାହାଁନ୍ତି, ଆଇନ ବ୍ୟବସ୍ଥା ଉପରେ ନଜର ନାହିଁ । ସେଥିପାଇଁ ଆଇନ ବ୍ୟାବସ୍ଥା ସମ୍ପୂର୍ଣ୍ଣଭାବେ ଭୁଷୁଡି ପଡିଲାଣି ।