୧୯ ବର୍ଷ ବୟସରେ ଦୁଷ୍କର୍ମ, ୪୧ରେ ଦଣ୍ଡ

ନୂଆଦିଲ୍ଲୀ, ୨୩/୧୨: ବମ୍ବେ ହାଇକୋର୍ଟ ୨୧ ବର୍ଷ ପରେ ଏକ ଦୁର୍ଷ୍କମ ମାମଲାରେ ମଛିନ୍ଦ୍ର ସୋନବାନିକୁ ଦଣ୍ଡ ଶୁଣାଇଛନ୍ତି । ତେବେ ଘଟଣାଟି ଖାସ୍‌ ଏଥିପାଇଁ, ଏହି ମାମଲାରେ ଟ୍ରାୟଲ କୋର୍ଟ ଅଭିଯୁକ୍ତକୁ ଖଲାସ କରିଦେଇଥିଲା । ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି ଓ ବିଶ୍ୱାସ ଯାଦବଙ୍କ ମଧ୍ୟରେ ୨୧ ବର୍ଷ ପୁରୁଣା ନିଷ୍ପତ୍ତିିକୁ ଭୁଲ ପ୍ରମାଣିତ କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛି । ୧୯୯୭ରେ ଟ୍ରାୟଲ କୋର୍ଟ ମଛିନ୍ଦ୍ରଙ୍କୁ ନିର୍ଦ୍ଦେଶରେ ଖଲାସ କରିଥିଲା । ଘଟଣା ସମୟରେ ମଛିନ୍ଦ୍ରଙ୍କ ବୟସ ୧୯ ବର୍ଷ ହୋଇଥିଲା । ବର୍ତମାନ ତାଙ୍କୁ ୪୧ ବର୍ଷ ।କୋର୍ଟ ଅଭିଯୁକ୍ତଙ୍କୁ ଦୁଇ ଦଶକ ବିଳମ୍ବରେ ନିଷ୍ପତ୍ତି ଆସିବାର କାରଣରୁ ଆଶ୍ୱସ୍ତି ଦେବା ଆବେଦନକୁ ଖାରଜ କରିଦେଇଛି । ଏହା ସହିତ କୋର୍ଟ ମଛିନ୍ଦ୍ରଙ୍କୁ ପୀଡିତାଙ୍କୁ ଏକ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାର ଆଦେଶ ଦେଇଥିଲେ । ସୋନବାନିଙ୍କୁ ଆଗାମୀ ଏକ ମାସ ଭିତରେ ଆତ୍ମସମର୍ପଣ କରିବାକୁ କୁହାଯାଇଛି । କୋର୍ଟ ଆହୁରି ମଧ୍ୟ କହିଛି କି, ଟ୍ରାୟଲ କୋର୍ଟ ପୀଡିତାକୁ ୧୬ ବର୍ଷ କହିଥିଲା ଯାହା କି ସେତବେଳେ ପ୍ରାପ୍ତ ବୟସ ବୋଲି ମନାଯାଉଥିଲା । ଡିସେମ୍ବର ୧୯୯୬ରେ ନାସିକରେ ପୀଡିତା ନିଜ ଘରେ ଏକୁଟିଆ ଥିବା ବେଳେ ଅଭିଯୁକ୍ତଙ୍କ ଔଷଧ ଦୋକାନକୁ ମୁଣ୍ଡବିନ୍ଦା ଔଷଧ ପାଇଁ ଯାଇଥିଲେ । ମଛିନ୍ଦ୍ର ଜବରଦସ୍ତି ତାକୁ ତା ରୁମକୁ ନେଇ ଯାଇଥିଲା ଓ ତା ସହିତ ଦୁର୍ଷ୍କମ କରିଥିଲା ଓ ପରେ ପୀଡିତାକୁ ତା ଘର ଆଗରେ ଫିଙ୍ଗି ଦେଇ ଚାଲିଯାଇଥିଲା । ଏହି ମାମଲରେ ସେତବେଳେ କୋର୍ଟ ପୀଡିତା ବୟସ ଜାଣିବାରେ ଭୁଲ କରିଥିଲା ଓ ଶରୀରରେ ମିଳିଥିବା କ୍ଷତକୁ ମଧ୍ୟ ସତ୍ୟ ମାନିନଥିଲା ସେଥିପାଇଁ ସେହି ସମୟରେ ଏତେବଡ ଭୂଲ ହୋଇଥିଲା ବୋଲି କୋର୍ଟ କହିଛି ।