ନୂଆଦିଲ୍ଲୀ,୬/୩ : ଦୁନିଆରେ ଗ୍ଲୋବାଲ ୱାର୍ମିଙ୍ଗ ଏକ ମୁଖ୍ୟ ସମସ୍ୟା ପାଲଟିଛି । ଏହି କାରଣରୁ ବେଳେ ବେଳେ ଅଧିକ ଥଣ୍ଡା କିମ୍ବା କେତେବେଳେ ଅଧିକ ଗରମ ଅନୁଭୂତ ହେଉଛି । ୨୧୦ ଜଣ ବିଶେଷଜ୍ଞଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ରିପୋର୍ଟ ବର୍ତମାନ ସାମନାକୁ ଆସିଛି । ଏହି ଶତାବ୍ଧୀର ଶେଷ ବେଳକୁ ହିନ୍ଦୁକୃଷ ପର୍ବତରୁ ଏକ ତୃତୀୟାଂଶ ବରଫ ତରଳିବ । ଏହି ପର୍ବତମାଳାକୁ ଏସିଆର ୱାଟର ଟାୱାର ମଧ୍ୟ କୁହାଯାଏ ।
ଗ୍ଲୋବାଲ ୱାର୍ମିଙ୍ଗ ୧.୫୦ ସେଲସିୟସରେ ସବୁଠାରୁ ଭଲ ପରିସ୍ଥିତିରେ ରହେ । ଫଳରେ ଭାରତର ପୂର୍ବତ୍ତୋର କ୍ଷେତ୍ରକୁ ନେଇ ଚିନ୍ତା ବଢିବାରେ ଲାଗିଛି । ଏହି ରିପୋର୍ଟରୁ ଜଣାପଡ଼ିଛି ଯେ ପୂର୍ବ ହିମାଳୟର ସମସ୍ତ ବରଫ ତରଳିଯିବ । ଏପରି ଗ୍ଲୋବାଲ ୱାର୍ମିଙ୍ଗ ନିୟନ୍ତ୍ରିତ ନ ହୁଏ ତେବେ ପ୍ରାୟ ୯୫ପ୍ରତିଶତ ବରଫ ସରିଯିବ । ଗ୍ଲୋବାଲ ୱାର୍ମିଙ୍ଗ ୧.୫୦ ସେଲସିୟସ ରହିଲେ ମଧ୍ୟ ୨୧୦୦ ମସିହାରେ ଏଠାରୁ ୬୪ ପ୍ରତିଶତ ବରଫ ତରଳିଯିବ ।
ଋିପୋର୍ଟ ଅନୁସାରେ ଗୋଟିଏ ପକ୍ଷରେ ପୂର୍ବ ଭାଗର ବରଫ ତରଳିଯିବା ବେଳେ ଅନ୍ୟପକ୍ଷରେ ପଶ୍ଚିମ ହିମାଳୟରେ ବରଫର ମାତ୍ରା ଅଧିକ ହୋଇଯିବ ।ଏହା ଅଧିକ ବରଫପାତ ଯୋଗୁଁ ହୋଇପାରେ ବୋଲି ଆଶଙ୍କା ରହିଛି ।
ବରଫ ତରଳିବା ଠିକ ନୁହେଁ । ଏହା ଫଳରେ ନଦୀର ସ୍ରୋତ ଅଧିକ ହୋଇଥାଏ । ଓ ଅନ୍ୟପକ୍ଷରେ ପାଣିର ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ିବ । ବରଫ ତରଳିଯିବ ସ୍ଥାନୀୟ ଅଂଚଳକୁ ଅଧିକ ପ୍ରଭାବ ପଡ଼ିବ । ସେଥିରୁ ବନ୍ୟା ଭଳି କିଛି ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେବ ।